ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ମତଦାନ ୭୩.୭୬%, କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮୬.୮୩% ମତଦାନ

Advertisment
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ମତଦାନ ୭୩.୭୬%, କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮୬.୮୩% ମତଦାନ

ଭୁବନେଶ୍ୱର: ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇ କହିଛନ୍ତି କି ‘ରାଜ୍ୟରେ ସମୁଦାୟ ୭୩.୭୬ ମତାଦାନ ହୋଇଛି। ମତାଦାତାଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୭୩.୦୯ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୭୪.୪୩ ପ୍ରତିଶତ ରହିଛି ଓ ଅନ୍ୟ ଶ୍ରେଣୀୟ ମତଦାତାଙ୍କ ସଂଖ୍ୟା ୧୧.୨୫ ରହିଛି। ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସର୍ବାଧିକ ମତାଦାନ ହୋଇଛି। ସେହିପରି କୋରାପୁଟ ନିର୍ବାଚନ ମଣ୍ଡଳୀରେ ମତଦାନ ୭୪.୭୭ ପ୍ରତିଶତ ହୋଇଥିବା ବେଳେ କଳାହାଣ୍ଡିରେ ୭୫.୮୨ ପ୍ରତିଶତ ମତଦାନ ହୋଇଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୫୬.୩୪ ପ୍ରତିଶତ ମତାଦାନ ହୋଇଛି।’

publive-image Odishatv

ଏଥିସହ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କୁ ସୁପାରିସ୍‌ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ବୁଥ୍‌ ମାଲକାନଗିରିର ହୋଇଥିବା ବେଳେ ଅନ୍ୟଟି ବ୍ରହ୍ମପୁରର ବୋଲି ଜଣାପଡ଼ିଛି। ଏହି ୨ଟି ବୁଥ୍‌ ମଧ୍ୟରୁ ଗୋଟିଏରେ ଇଭିଏମ୍‌ ମେସିନ୍‌ କାମ କରୁନଥିବା ଅଭିଯୋଗ ହୋଇଥିବା ବେଳେ ଆଉ ଗୋଟିଏ ବୁଥ୍‌ରେ ଇଭିଏମ୍‌ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି।

କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮୬.୮୩% ମତଦାନ ହୋଇଥିବା ବେଳେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାତ୍ର ୫୬.୩୪ ପ୍ରତିଶତ ହୋଇ ସର୍ବନିମ୍ନ ମତଦାନ ହୋଇଥିବା ସୂଚନା ରହିଛି। ଏଥର ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ମହିଳା ମତଦାତାଙ୍କ ସଂଖ୍ୟା ବେଶି ରହିିଛି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe