ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ରାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଟି-୨୦ ମ୍ୟାଚ୍‌। ଟସ୍‌ ଜିଣି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏନ୍‌ ଦ୍ୱାରା ଆୟୋଜିତ ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ରାଞ୍ଚି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ସମ୍ମୁଖୀନ ହେଉଛି ଡାଭିଡ ଓ୍ଵାର୍ଣ୍ଣରଙ୍କ ନେତୃତ୍ୱରେ ଖେଳିବାକୁ ଥିବା କଙ୍ଗାରୁ ଟିମ୍‌।

ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍‌ ସ୍ମିଥ ଭାରତ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବେନି ବୋଲି ଶନିବାର ସ୍ପଷ୍ଟ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶନିବାର ରାଞ୍ଚିସ୍ଥିତ ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବା ପୂର୍ବରୁ ଷ୍ଟିଭ୍‌ ପକ୍ଷାଘାତର ସମ୍ମୁଖୀନ ହୋଇ ସ୍ୱଦେଶ ଫେରିଯାଇଛନ୍ତି। ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଷ୍ଟିଭ୍‌ଙ୍କ ସ୍ଥାନରେ ଉପଅଧିନାୟକ ଡାଭିଡ ଓ୍ଵାର୍ଣ୍ଣର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe