ଚିଲିକାରେ ବୁଡି ମତ୍ସଜୀବୀ ମୃତ

Advertisment
ଆର୍ଦ୍ରଭୂମି ସୁରକ୍ଷା ମାମଲାରେ ୪ ଜିଲ୍ଲାପାଳଙ୍କ ସତ୍ୟପାଠ

ନାଚୁଣୀ  : ଚିଲିକା ବ୍ଲକ ତଥା ଉପକୂଳସ୍ଥ କୁମାଣ୍ଡୋଳ ପଞ୍ଚାୟତର ସାମନ୍ତରାପୁର ସାହି ନିବାସୀ ଗଣେଶ ଘଡେଇ(୫୮ବର୍ଷ) ନାମକ ଜଣେ ମତ୍ସ୍ୟଜୀବୀ ଆଜି ସକାଳେ ଚିଲିକାରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି । ଏବାବଦରେ ମୃତ ଗଣେଷଙ୍କ ପୁଅ ବାସୁଦେବ ଘଡେଇ ବାଣପୁର ଥାନାରେ ଏକ ଏତଲା ଦେଇଥିବା ପ୍ରକାଶ।

ସୂଚନା ମୁତାବକ ଗଣେଷ ଘଡେଇ ଆଜି ମାଛ ମାରିବାକୁ ସଜବାଜ ହୋଇ ଚିଲିକା ମଧ୍ୟକୁ ପ୍ରସ୍ତୁତ ହେବା ସମୟରେ ତାଙ୍କୁ ଶୌଚ ଦେଖାଇଥିଲା। ଏହି ସମୟରେ ସେ ନିଜ ଡଂଗାକୁ ସ୍ଥିର ରଖି ଶୌଚ ହେବାକୁ ଯାଉଥିବା ବେଳେ ଡଂଗାରୁ ଗୋଡ ଖସି ଚିଲିକା ପାଣି ମଧ୍ୟରେ ବୁଡିଯାଇଥିଲେ। ଆଖପାଖ ମତ୍ସଜୀବୀ ଏ ବିଷୟରେ ଜାଣିପାରି ଘଟଣା ସ୍ଥଳକୁ ଆସି ପାଣିରେ ଉବୁଟୁବୁ ହେଉଥିବା ଗଣେଷଙ୍କୁ ଉଦ୍ଧାର କରିଥିଲେ। ମୁମୁର୍ଷୁ ଗଣେଷଙ୍କୁ ୧୦୮ ଆମ୍ବୁଲାନ୍ସ ଡକାଇ ବାଲୁଗାଁଁ ସରକାରୀ ମେଡିକାଲରେ ପହଞ୍ଚାଇବା ପରେ ସେଠାରେ ଡାକ୍ତର ପରୀକ୍ଷା କରି ଗଣେଷଙ୍କୁ ମୃତ ଘୋଷଣା କରିଥିଲେ । ଏବାବଦରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବାପରେ ନାଚୁଣୀ ଫାଣ୍ଡି ପୋଲିସ  ଅନୁସଂଧାନ କରୁଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe