ଉଡ଼ାଣ ବେଳେ ମଝି ଆକାଶରେ ବନ୍ଦ ହୋଇ ଯାଉଥିଲା ଇଞ୍ଜିନ୍‌; ୫ ଇଣ୍ଡିଗୋ ବିମାନର ଉଡ଼ାଣ ରଦ୍ଦ

ଇଣ୍ଡିଗୋ ପକ୍ଷରୁ ଦିପାବଳୀ ଅଫର, ମାତ୍ର ୮୯୯ ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ପାଆନ୍ତୁ,

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର୍‌ଲାଇନ୍ସ ବୁଧବାର ତା’ର ୫ଟି ବିମାନର ଉଡ଼ାଣ ରଦ୍ଦ କରିଛି। ଏହି ୫ଟି ବିମାନର ଉଡ଼ାଣ ବାତିଲ କରାଯାଇ ସେବା ରହିତ କରାଯାଇଛି। ଇଣ୍ଡିଗୋର ଏୟାର୍‌ଲାଇନ୍ସ ଏ୩୨୦ ଶ୍ରେଣୀର ଏହି ବିମାନଗୁଡ଼ିକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରାଟ୍‌ ଆଣ୍ଡ୍‌ ହ୍ଵିଟ୍‌ନି ଇଞ୍ଜିନ ଲାଗିଥିବା ଏହି ବିମାନଗୁଡ଼ିକର ଉଡ଼ାଣ ସମୟରେ ମଝି ଆକାଶରେ ଇଞ୍ଜିନ ବନ୍ଦ ହୋଇ ଯାଇଥିଲା।

୨୦୧୬ ମସିହାରେ ପ୍ରାଟ୍‌ ଆଣ୍ଡ୍‌ ହ୍ଵିଟ୍‌ନ ଇଞ୍ଜିନ ଲଗାଯାଇଥିବା ଏୟାର୍‌ବସଏ୩୨୦ ଶ୍ରେଣୀର ବିମାନ ଇଣ୍ଡିଗୋ ଖରିଦ କରିଥିଲା। ଏହା ପରଠାରୁ ମଝି ଆକାଶରେ ଇଞ୍ଜିନ୍‌ ବନ୍ଦ ହେବା ସମସ୍ୟା ଦେଖା ଦେଇଥିଲା। ଫଳରେ ଚଳିତବର୍ଷ ମାର୍ଚରେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ୧୧ଟି ଏହି ଶ୍ରେଣୀର ବିମାନକୁ ଉଡ଼ାଣ ଲାଗି ଅଯୋଗ୍ୟ ଘୋଷିତ କରିଥିଲେ। ଏହା ଦ୍ୱାରା ଇଣ୍ଡିଗୋ ଏବଂ ଗୋ ଏୟାର ତାଙ୍କର ୬୦୦ ଉଡ଼ାଣ ବାତିଲ କରିଥିଲେ।

ବର୍ତ୍ତମାନ ଘରୋଇ ଉଡ଼ାଣ ସଂଖ୍ୟା ବଢ଼ି ଯାଇଥିବା ବେଳେ ଅନେକ ସମୟରେ ତ୍ରୁଟି ଯୋଗୁ ଅନେକ ସମୟରେ ବିମାନ ଅଧାଯାତ୍ରାରୁ ଅବତରଣ କରିବା ଭଳି ଘଟଣା କ୍ରମଶଃ ଅଧିକ ହେବାରେ ଲାଗିଛି। ଏହାକୁ ଆଖିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଏହି ନିଷ୍ପତ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe