କୁଳ ଲଂଘୁଛି ବୁଢାବଳଙ୍ଗ, ଗମ୍ଭୀର ହୋଇପାରେ ବନ୍ୟା ସ୍ଥିତି

Advertisment

ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲ୍ଲାର ହାଲ ବେହାଲ ହୋଇପଡିଥିବା ବେଳେ ବିଭିନ୍ନ ନଦୀନାଳର ଜଳସ୍ତର ବଢ଼ିଥିବାର ଦେଖିବାକୁ ମିଳିଛି l ଏପଟେ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛି l

ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲ୍ଲାର ହାଲ ବେହାଲ ହୋଇପଡିଥିବା ବେଳେ ବିଭିନ୍ନ ନଦୀନାଳର ଜଳସ୍ତର ବଢ଼ିଥିବାର ଦେଖିବାକୁ ମିଳିଛି l ଏପଟେ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛି l

c1e23e6a-63c6-4125-8c6f-7cab61248d06

ବୈଶିଙ୍ଗା: ଲଘୁଚାପଜନିତ ଲଗାଣ ବର୍ଷାରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢିଥିବାବେଳେ ସମ୍ଭାବ୍ୟ ବନ୍ୟାସ୍ଥିତି ସମୀକ୍ଷା ପାଇଁ ରବିବାର ଅପରାହ୍ନରେ ବେତନଟୀ ବ୍ଲକ ଅଧୀନ ନାଖରା ପୋଲଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି ବିଧାୟକ ସନାତନ ବିଜୁଳି ଓ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏl ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲ୍ଲାର ହାଲ ବେହାଲ ହୋଇପଡିଥିବା ବେଳେ ବିଭିନ୍ନ ନଦୀନାଳର ଜଳସ୍ତର ବଢ଼ିଥିବାର ଦେଖିବାକୁ ମିଳିଛି l

ebe4ff1a-b328-4dda-8d99-611058117082

ଏପଟେ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛିl ଜିଲ୍ଲାପ୍ରଶାସନ ପକ୍ଷରୁ ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଥିବା ବେଳେ ରବିବାର ବିଧାୟକ ଶ୍ରୀଯୁକ୍ତ ବିଜୁଳି ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ନାଖରାଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ସମୀକ୍ଷା କରିବା ସମୟରେ ବେତନଟୀ ଏବିଡ଼ିଓ ଗଗନ ବିହାରୀ ବେହେରା, ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣା, ରେଭିନ୍ୟୁ ସୁପରଭାଇଜର ଜଗନ୍ନାଥ ସିଂଙ୍କ ସମେତ ବଡ଼ସାହି ତହସିଲଦାର କରୁଣାକର ଧୀନ୍ଦା ଓ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe