ନୀଳଗିରି:ଫୁଟବଲ ଖେଳରୁ ମହାଭାରତ,ଖେଳରେ କିକ୍ ମରାକୁ କେନ୍ଦ୍ର କରି ସାଙ୍ଗକୁ ସାଙ୍ଗଙ୍କ ସଂଘବଦ୍ଧ ଆକ୍ରମଣ | ଆଉ ଏହି ଘଟଣାରେ ନବମ ଶ୍ରେଣୀ ଛାତ୍ର ଅଭିରାମ ଦାସ ଗୁରୂତର ଆହତ ହୋଇଛନ୍ତି | ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସନ୍ତରାଗଡିଆ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଘଟଣା ଚାପିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଔପଦା ବ୍ଲକ ସନ୍ତରାଗଡିଆ ହାଇସ୍କୁଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଙ୍ଗମାନଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ସାଙ୍ଗ ଗୁରୁତର ହୋଇଛି। ଗତକାଲି ମଧ୍ୟାହ୍ନ ସମୟରେ ସନ୍ତରାଗଡିଆ ଉଚ୍ଚବିଦ୍ୟାଳୟ ପରିସରରେ ନବମ ଶ୍ରେଣୀର ଛାତ୍ରମାନେ ୩ ଦିନ ତଳେ ଫୁଟବଲ ଖେଳରେ ହୋଇଥିବା ଫାଉଲ ପାଇଁ ବାରୁଦଖାନା ଗ୍ରାମର ଜୟଦେବ ଦାସଙ୍କ ପୁଅ ଅଭିରାମ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ନବମ ଶ୍ରେଣୀ ବି ସେକ୍ସନର ୪-୫ ଜଣ ଛାତ୍ର ମିଶି ଅଭିରାମଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ସନ୍ତରାଗଡିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପରେ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଛାତ୍ରମାନେ ଅଭିରାମକୁ ଜୀବନରୁ ମାରିଦେବା ପାଇଁ ବ୍ୟାଗରେ ମାରଣାସ୍ତ୍ର ଆଣିଥିବା ମଧ୍ଯ ଅଭିଯୋଗ ହୋଇଛି। ଆଉ ଏବେ ସ୍କୁଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।
Follow Us