ମୋଦୀଙ୍କ ଆମେରିକା ଗସ୍ତ ପାଇଁ ପାକ୍‌ ଆକାଶ ପଥରେ ବିମାନ ଉଡ଼ାଇବାକୁ ଅନୁମତି ମାଗିଲା ଭାରତ

Advertisment
ମୋଦୀଙ୍କ ଆମେରିକା ଗସ୍ତ ପାଇଁ ପାକ୍‌ ଆକାଶ ପଥରେ ବିମାନ ଉଡ଼ାଇବାକୁ ଅନୁମତି ମାଗିଲା ଭାରତ

The Financial Express

ନୂଆଦିଲ୍ଳୀ: ପାକିସ୍ତାନର ଆକାଶପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ପାକିସ୍ତାନକୁ ଅନୁମତି ମାଗିଛି ଭାରତ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯିବେ। ମୋଦୀଙ୍କ ବିମାନ ପାକ୍‌ ଆକାଶପଥ ଦେଇ ଯିବାର ଯୋଜନା ଥିବା ହେତୁ ଭାରତ ପକ୍ଷରୁ ପାକିସ୍ତାନକୁ ଅନୁମତି ମଗାଯାଇଛି। ସେପ୍ଟେମ୍ବର ୨୧ରୁ ୨୭ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିବାର ଯୋଜନା ରହିଛି।

ପୂର୍ବରୁ ବି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ଆଇସ୍‌ଲାଣ୍ଡ୍‌ ଯିବାକୁ ଥିବା ବେଳେ ପାକ୍‌ ଆକାଶପଥରେ ଉଡ଼ାଣ ପାଇଁ ଭାରତ ଅନୁମତି ମାଗିଥିଲା। ମାତ୍ର କୋବିନ୍ଦଙ୍କ ବିମାନ ଉଡ଼ାଣକୁ ଅନୁମତି ଦେଇନଥିଲା ପାକ୍‌।

publive-image Moneycontrol

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ପାକିସ୍ତାନ କରିଥିବା ପୁଲଓ୍ଵାମା ଆକ୍ରମଣ ପର ଭାରତ ପାକିସ୍ତାନ ମଧ୍ୟରେ ହିଂସା ବୃଦ୍ଧି ପାଇଛି। ନିକଟରେ ସେପ୍ଟେମ୍ବର ୫ ତାରିଖରେ ଭାରତ ସରାକାର ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏହି ହିଂସା ଆହୁରି ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe