ଗୌତମ ଗମ୍ଭୀରଙ୍କ ସପକ୍ଷରେ ବାହାରିଲେ ଏହି ଦୁଇ ଲୋକପ୍ରିୟ କ୍ରିକେଟିୟର

Advertisment
ଗୌତମ ଗମ୍ଭୀରଙ୍କ ସପକ୍ଷରେ ବାହାରିଲେ ଏହି ଦୁଇ ଲୋକପ୍ରିୟ କ୍ରିକେଟିୟର

(Photo Credits: Facebook)

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟିୟର ତଥା ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ବିରୋଧରେ ଆମ ଆଦମୀ ପାର୍ଟ (ଆପ) ନେତ୍ରୀ ଅତିସି ମାର୍ଲେନାଙ୍କ ବିରୋଧରେ ଆପତ୍ତିଜନକ ଲିଫଲେଟ୍‌ (ପ୍ରଚାରପତ୍ର) ବାଣ୍ଟିବା ଅଭିଯୋଗ ଆସିବା ପରେ ଗୌତମ ଆପ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ତେବେ ଗୌତମଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କର କେତେକ ପୂର୍ବତନ ସାଥୀ ଖେଳାଳୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଭିଭିଏସ ଲକ୍ଷ୍ମଣ ଓ ହରଭଜନ ସିଂ । ଟ୍ଵିଟ କରି ଲକ୍ଷ୍ମଣ ଲେଖିଛନ୍ତି ଯେ ଗମ୍ଭୀରଙ୍କୁ ୨ ଦଶନ୍ଧି ଧରି ଜାଣିଛି । ତାଙ୍କ ସାଧୁତା ଓ ମହିଳାଙ୍କ ପ୍ରତି ତାଙ୍କର ସମ୍ମାନ ଉପରେ ସନ୍ଦେହ କରାଯାଇପାରିବ ନାହିଁ । ସେହିପରି ଭଜି ଲେଖିଛନ୍ତି ଯେ ଗୌତମଙ୍କ ପାଇଁ ଜିତିବା ହାରିବା କିଛି ମାନେ ରଖେ ନାହିଁ । ତାଙ୍କର ସାଧୁତା ଏସବୁଠାରୁ ଉପରେ । ସେ କୌଣସି ମହିଳାଙ୍କୁ ଅସମ୍ମାନ କରିପାରିବେ ନାହିଁ ।

publive-image publive-image

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଥିଲେ ଯେ ନିର୍ବାଚନ ଜିତିବା ପାଇଁ ଗୌତମ ଅତିସିଙ୍କ ନାଁରେ ମିଥ୍ୟା ଆରୋପ ଲଗାଇ ଆପତ୍ତିଜନକ ଲିଫଲେଟ୍‌ ବା ପ୍ରଚାର ପତ୍ର ବାଣ୍ଟୁଛନ୍ତି । ଏହି ଲିଫଲେଟରେ ଲେଖା ହୋଇଛି ଯେ ଅତିସି ଜଣେ ଦେହଜୀବି ବୋଲି ଦର୍ଶାଯାଇଛି । ଆହୁରି ମଧ୍ୟ ସେ ଗୋମାଂସ ଖାଆନ୍ତି ବୋଲି କୁହାଯାଇଛି । ଗମ୍ଭୀର ଏହାକୁ ଅସ୍ୱୀକାର କରିବା ସହ ମାନହାନୀ ମକଦ୍ଦମା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe