ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ

Advertisment

ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ। ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ପ୍ରତିଷ୍ଠା ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସକାଳେ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ।

ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ। ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ପ୍ରତିଷ୍ଠା ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସକାଳେ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ।

Central University Odisha

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ଆଜି। ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ପ୍ରତିଷ୍ଠା ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସକାଳେ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ। ପରେପରେ କୁଳପତି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ପୂର୍ବତନ ଡିଜିପି ତଥା ମହାରାଷ୍ଟ୍ର ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଫେସର ବିଏନ୍ ରମେଶ, ଆଇପିଏସ୍ (ଅବସରପ୍ରାପ୍ତ) ପ୍ରତିଷ୍ଠା ଦିବସର ଅଭିଭାଷଣ ପ୍ରଦାନ କରିବେ।

୨୦୦୯ରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିକାଶ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଚାଲିଛି ଏବଂ ବର୍ତ୍ତମାନ ୯ଟି ଭିନ୍ନ ଭିନ୍ନ ଅଧ୍ୟୟନ ବିଦ୍ୟାଳୟ ଅଧୀନରେ ୧୩ଟି ସ୍ନାତକୋତ୍ତର କାର୍ଯ୍ୟକ୍ରମ, ଗୋଟିଏ ସମନ୍ୱିତ କାର୍ଯ୍ୟକ୍ରମ, ଗୋଟିଏ ବିଏଡ୍ କାର୍ଯ୍ୟକ୍ରମ, ତିନୋଟି ୪ ବର୍ଷୀୟ ବିଏସ୍‌ସି କାର୍ଯ୍ୟକ୍ରମ, ଗୋଟିଏ ଜାପାନୀ ଭାଷା ପାଠ୍ୟକ୍ରମ ଏବଂ ୯ଟି ପିଏଚଡି କାର୍ଯ୍ୟକ୍ରମ ସମେତ ଅନେକ ଶୈକ୍ଷିକ କାର୍ଯ୍ୟକ୍ରମ ପ୍ରଦାନ କରୁଛି।

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୯ଟି ଭିନ୍ନ ଭିନ୍ନ ଅଧ୍ୟୟନ ବିଦ୍ୟାଳୟ ଅଧୀନରେ ୧୩ଟି ସ୍ନାତକୋତ୍ତର କାର୍ଯ୍ୟକ୍ରମ, ଗୋଟିଏ ସମନ୍ୱିତ କାର୍ଯ୍ୟକ୍ରମ, ଗୋଟିଏ ବିଏଡ୍ କାର୍ଯ୍ୟକ୍ରମ, ତିନୋଟି ୪ ବର୍ଷୀୟ ବିଏସ୍‌ସି କାର୍ଯ୍ୟକ୍ରମ, ଗୋଟିଏ ଜାପାନୀ ଭାଷା ପାଠ୍ୟକ୍ରମ ଏବଂ ୯ଟି ପିଏଚଡି କାର୍ଯ୍ୟକ୍ରମ ସମେତ ଅନେକ ଶୈକ୍ଷିକ କାର୍ଯ୍ୟକ୍ରମ ପ୍ରଦାନ କରୁଛି।

ଗତ ଏକ ବର୍ଷ ମଧ୍ୟରେ ପାଖା ପାଖି ୫୦ ଜଣ ନୂତନ ଅଧ୍ୟାପକ ଯୋଗ ଦେଇଛନ୍ତି, ଯାହା ବିଶ୍ବବିଦ୍ୟାଳୟର ଶୈକ୍ଷିକ ସମୁଦାୟକୁ ଆହୁରି ସୁଦୃଢ଼ କରିଛି। ବିଶ୍ବବିଦ୍ୟାଳୟକୁ ଏକ ଅଗ୍ରଣୀ ଅନୁଷ୍ଠାନରେ ପରିଣତ କରିବା ପାଇଁ ଉଭୟ ଶୈକ୍ଷିକ ଏବଂ ଭିତ୍ତିଭୂମିଗତ ଭାବରେ ଅଭିବୃଦ୍ଧି ଜାରି ରଖିବାକୁ ବିଶ୍ବବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ ଅଛି ଯାହା ଏହି ଅଞ୍ଚଳ ଏବଂ ରାଜ୍ୟର ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ କାର୍ଯ୍ୟ କରୁଅଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଚଳିତ ମାସରେ ଦୁଇଟି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି: ଉଦ୍ଭିଦ ବିଜ୍ଞାନରେ ୨ ବର୍ଷୀୟ ଏମ୍‌ଏସ୍‌ସି ଏବଂ ପ୍ରାଣୀ ବିଜ୍ଞାନରେ ୨ ବର୍ଷୀୟ ଏମ୍‌ ଏସ୍‌ସି ପାଠ୍ୟକ୍ରମ।

ଏହି ଖବର ପଢ଼ନ୍ତୁ: ସିଏମ୍ କିଷାନ ଯୋଜନା, ଭୂମିହୀନ ଚାଷୀଙ୍କୁ ମିଳିବ ସାଢ଼େ ୧୨ ଟଙ୍କା

ବିଶ୍ୱବିଦ୍ୟାଳୟ ଏହାର ଯାତ୍ରାର ପନ୍ଦର ବର୍ଷ ପୂରଣ କରିଛି ଏବଂ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଏବଂ ଅଂଶୀଦାରମାନେ ପ୍ରତିଷ୍ଠା ଦିବସକୁ ସଫଳତାର ସହ ଆୟୋଜନ କରିବା ଏବଂ ବିଶ୍ୱବିଦ୍ୟାଳୟର ପ୍ରଗତିରେ ସାହାଯ୍ୟ କରିବାକୁ ଉତ୍ସାହିତ ଅଛନ୍ତି ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ ସମ୍ବର୍ଦ୍ଧିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe