ମଦ ପିଇ ପୁଲିସ୍‌ବାଲାଙ୍କୁ ନିସ୍ତୁକ ପିଟିଲେ ୪ ମହିଳା

Advertisment
ମଦ ପିଇ ପୁଲିସ୍‌ବାଲାଙ୍କୁ ନିସ୍ତୁକ ପିଟିଲେ ୪ ମହିଳା

ମୁମ୍ବାଇ: ମୁମ୍ବାଇଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଚାରି ଜଣ ମହିଳା ମଦ୍ୟପାନ କରି ରାସ୍ତା ମଝିରେ ମୁମ୍ବାଇ ପୁଲିସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି। ସେମାନେ ରାସ୍ତାରେ ହଲ୍ଲା ମଚାଉଥିବା ବେଳେ ଯେଉଁ ପୁଲିସ୍‌ କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେମାନେ ସେହି ପୁଲିସ୍‌ କର୍ମୀମାନଙ୍କୁ ବି ମାରଧର କରିଥିଲେ।

ଅଭିଯୁକ୍ତା ମହିଳାମାନେ ହେଉଛନ୍ତି ମମତା ମେହେରା(୨୫), ଆଲିସ୍‌ ପିଲାଇ(୨୩), କମଲ ଶ୍ରୀବାସ୍ତବ(୨୨) ଏବଂ ଜେସି ଡି କୋଷ୍ଟା(୨୨)। ସେମାନେ ମୀରା ରୋଡ୍‌ରେ ହେଉଥିବା ଏକ ପାର୍ଟିକୁ ଯାଇ ସେଠାରେ ମଦ୍ୟପାନ କରିଥିଲେ। ତା’ପରେ ସେମାନେ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ପାର୍ଟିରୁ ନିଜ ଘରକୁ ଫେରୁଥିଲେ। ଭାୟନ୍ଦରଠାରେ ଥିବା ମାକ୍ସସ ମଲ୍‌ ନିକଟସ୍ଥ ସହିଦ ଭଗତ୍‌ସିଂହ ଗ୍ରାଉଣ୍ଡ୍‌ଠାରେ ନିଜର ଉପଦ୍ରବ ଆରମ୍ଭ କରିଥିଲେ।

ସେମାନଙ୍କୁ ପୁଲିସ୍‌ ଆୟତ୍ତ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୁଲିସ୍‌କୁ ନିସ୍ତୁକ ପିଟିଥିଲେ। ସେଠାରେ ଥିବା ମହିଳା ପୁଲିସ୍‌ ଇନ୍‌ସ୍ପେକ୍ଟର ମନୀଷା ପାଟିଲ୍‌ ସେମାନଙ୍କୁ ଶାନ୍ତ ହେବାକୁ କହିଥିଲେ ମାତ୍ର ସେମାନେ ତାଙ୍କୁ ବି ମାଡ଼ ମାରିଥିବା ଜାଣିବାକୁ ମିଳିଛି।

ସେଠାରେ ଉପସ୍ଥିିତ ଥିବା ଦେଖଣାହାରୀ ସେହି ଘଟଣାକୁ ସୁଟିଂ କରିଥିବା ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe