ପୁରସ୍କାର ଘୋଷିତ ୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲ ଏବେ ଆଗଭର ହେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଛତିଶଗଡର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପୁରସ୍କାର ଘୋଷିତ ହାର୍ଡକୋର ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

Mkg 4 naxal surrender

ମାଲକାନଗିରି: ମାଓବାଦୀ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଲାଣି। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲ ଏବେ ଆଗଭର ହେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଛତିଶଗଡର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ହରିନ୍ଦର ପାଲ ସିଂ, ପୁଲିସ ଡିଆଇଜି କେ.ଏଲ.ଧ୍ରୁବ, ଏସପି ଇନ୍ଦିରା କଲ୍ୟାଣ ଏଲେସେଲାଙ୍କ ସମ୍ମୁଖରେ ପୁରସ୍କାର ଘୋଷିତ ହାର୍ଡକୋର ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ସଂଗଠନ ଛାଡି ବହୁ ନକ୍ସଲ ଆଗାମୀ ଦିନରେ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି କୁହାଯାଇଛି। ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ନାମରେ ବହୁ ହିଂସା ଘଟଣା ଜଡିତ ଥିବା ପୁଲିସ କହିଛି। ଏଥିରେ ପୁଲିସ ଉପରେ ଆକ୍ରମଣ, ଲୋକଙ୍କୁ ଡରାଇବା, ହତ୍ୟା କରିବା, ମାରପିଟ କରିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ରହିଥିଲା।

ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରୁ ସୁରଜନ୍ନା ଅରଫ ସୀତାୟା କର୍ରାମ ଏବଂ ମରେଶ ଅରଫ ଲକ୍କୁ ପୁନେମ ନାମରେ ସରକାର ୫ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନେ ଦୁହେଁ ଏସଏଲଆର ବନ୍ଧୁକ ଏବଂ ୨୮ ରାଉଣ୍ଡ ଗୁଳି ସହ ଆତ୍ମସମର୍ପଣ କରିଛି। ସେହିପରି ସାଗର ଅରଫ ଗଙ୍ଗା ବିଡୟୋ ଏବଂ ସଞ୍ଜୁ ଅରଫ ସରିତା ନାମରେ ସରକାର ୧ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏମାନେ ୩୦୩ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ନକ୍ସଲ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇଥିବା ପୁଲିସ କହିଛି। ଏମାନଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଗଲା।

ସଂଗଠନରେ ଭେଦଭାବ, ନିର୍ଯାତନା ବଢୁଥିବାରୁ ସଂଗଠନ ଛାଡି ବହୁ ନକ୍ସଲ ଆଗାମୀ ଦିନରେ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି କୁହାଯାଇଛି। ଏମାନଙ୍କ ନାମରେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ପୁଲିସ ଉପରେ ଆକ୍ରମଣ, ଲୋକଙ୍କୁ ଡରାଇବା, ହତ୍ୟା କରିବା, ମାରପିଟ କରିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ରହିଥିଲା। ତେବେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ବାକି ଜୀବନ ଖୁସିରେ କଟାଇବା ପାଇଁ ସମସ୍ତ ସୁବିଧା ସୁଯୋଗ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe