ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ପ୍ରସ୍ତୁତି ଶେଷ : ୩୦୯୨ ସମ୍ବେଦନଶୀଳ ବୁଥ୍‌, ୧୦୩୨୬ ଗାଡ଼ିରେ ଲଗାଯାଇଛି ଜିପିଏସ୍‌

Advertisment
ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ପ୍ରସ୍ତୁତି ଶେଷ : ୩୦୯୨ ସମ୍ବେଦନଶୀଳ ବୁଥ୍‌, ୧୦୩୨୬ ଗାଡ଼ିରେ ଲଗାଯାଇଛି ଜିପିଏସ୍‌

Business Today

ଭୁବନେଶ୍ୱର: ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୪୧ଟି ବିଧାନସଭା କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୧୦୭୯୨ ଭୋଟଗ୍ରହଣ କେନ୍ଦ୍ର ସ୍ଥାପିତ ହୋଇଛି, ଯେଉଁଥିରେ ୭୨୩୬୩ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆସନ୍ତୁ ଦେଖିବା ସ୍ୱଚ୍ଛନ୍ଦରେ ଭୋଟ ଗ୍ରହଣ ସୁନିଶ୍ଚିତ କରିବାକୁ କି କି ବ୍ୟବସ୍ଥା କରାଯାଇଛି..

• ସଂପୂର୍ଣ୍ଣ ମହିଳା କର୍ମଚାରୀ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୫
• ସମ୍ବେଦନଶୀଳ ମତଦାନ କେନ୍ଦ୍ର ସଂଖ୍ୟା- ୩୦୯୨
• ଭୋଟଗ୍ରହଣ ଡ଼୍ୟୁଟିରେ ନିୟୋଜିତ ଥିବା ଯାନବାହାନ ସଂଖ୍ୟା -୮୬୩୭
• ଜିପିଏସ୍‌ ଦ୍ୱାରା ଟ୍ରାକ୍‌ କରାଯାଇଥିବା ଯାନବାହାନ ସଂଖ୍ୟା-୧୦୩୨୬
• ଦିବ୍ୟାଙ୍ଗଙ୍କ ପାଇଁ ର‍୍ୟାମ୍ପ୍‌ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୭୯୨
• ପାନୀୟ ଜଳ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୭୯୨
• ବିଜୁଳି ସଂଯୋଗ ଥିବା ମତଦାନ କେନ୍ଦ୍ର ସଂଖ୍ୟା –୧୦୭୨୦
• ଆସବାବପତ୍ର ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୭୮୨
• ବିଶ୍ରାମ ପ୍ରକୋଷ୍ଠ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୭୨୫
• ପୁରୁଷ ଶୌଚାଳୟ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୭୯୨
• ସ୍ତ୍ରୀ ଶୌଚାଳୟ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୭୯୨
• ହୁଇଲ୍‌ ଚେୟାର ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା-୧୦୭୯୨
• ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଡ଼ମି ବ୍ୟାଲଟ୍‌ ସିଟ୍‌ ଯୋଗା ଯାଇଥିବା ମତଦାନ କେନ୍ଦ୍ର ସଂଖ୍ୟା-୬୫୭୮
• ନିୟୋଜିତ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା-୨୧୬୨୮
• ମତଦାନ କେନ୍ଦ୍ର ଯେଉଁଠି ନିୟୋଜିତ ସମସ୍ତ କର୍ମଚାରୀ ଦିବ୍ୟାଙ୍ଗ-୪
• ଦିବ୍ୟାଙ୍ଗ ଭୋଟରଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଯାନବାହନ ସଂଖ୍ୟା-୪୯୫୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe