କ୍ରେଡିଟ୍‌ କାର୍ଡ କରାଇବା ନାଁରେ ୯୧ ହଜାର ଠକେଇ

Advertisment

ସହରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ସାଇବର ଠକେଇର ଶିକାର ହୋଇଛନ୍ତି। କ୍ରେଡିଟ୍‌ କାର୍ଡ କରାଇଦେବା ନାଁରେ ସାଇବର ଅପରାଧୀ ୯୧ ହଜାର ଟଙ୍କା ଠକି ନେଇଛନ୍ତି। ଯୁବକ ଜଣକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି।

ସହରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ସାଇବର ଠକେଇର ଶିକାର ହୋଇଛନ୍ତି। କ୍ରେଡିଟ୍‌ କାର୍ଡ କରାଇଦେବା ନାଁରେ ସାଇବର ଅପରାଧୀ ୯୧ ହଜାର ଟଙ୍କା ଠକି ନେଇଛନ୍ତି। ଯୁବକ ଜଣକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି।

cyber

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସାଇବର ଠକେଇ ଏକ ବଡ଼ ସମସ୍ୟା ପାଲଟିଥିବାବେଳେ ଏବେ ଉଚ୍ଚଶିକ୍ଷିତ ଯୁବକଯୁବତୀ ଠକେଇର ଶିକାର ହେବା ରାଉରକେଲାବାସୀଙ୍କ ଚିନ୍ତା ବଢ଼ାଉଛି। ସହରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ସାଇବର ଠକେଇର ଶିକାର ହୋଇଛନ୍ତି। କ୍ରେଡିଟ୍‌ କାର୍ଡ କରାଇଦେବା ନାଁରେ ସାଇବର ଅପରାଧୀ ୯୧ ହଜାର ଟଙ୍କା ଠକି ନେଇଛନ୍ତି। ଯୁବକ ଜଣକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି। 

୧୨ ତାରିଖ ଦିନ ଯୁବକଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା।  ଆଇସିଆଇସିଆଇ ବ୍ୟାଙ୍କରୁ କ୍ରେଡିଟ୍‌ ଅଫର ଅଛି କହି କଥା ହୋଇଥିଲେ। ଭଲ ଅଫର ଥିବା ଜାଣିବା ପରେ ଯୁବକ ଜଣକ ସମସ୍ତ ବ୍ୟାଙ୍କ ତଥ୍ୟ, ଓଟିପି ସେୟାର କରିଦେଇଥିଲେ। କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା କଟିଯାଇଥିଲା। ଯୁବକ ଜଣକ ତୁରନ୍ତ ସାଇବର କ୍ରାଇମ୍‌ ହେଲ୍ପଲାଇନ୍‌ ନମ୍ବର ୧୯୩୦ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଅଭିଯୋଗ କରିପାରିନଥିଲେ। ଶେଷରେ ସେକ୍ଟର-୩ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୧୨ ତାରିଖ ଦିନ ଯୁବକଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା।  ଆଇସିଆଇସିଆଇ ବ୍ୟାଙ୍କରୁ କ୍ରେଡିଟ୍‌ ଅଫର ଅଛି କହି କଥା ହୋଇଥିଲେ। ଭଲ ଅଫର ଥିବା ଜାଣିବା ପରେ ଯୁବକ ଜଣକ ସମସ୍ତ ବ୍ୟାଙ୍କ ତଥ୍ୟ, ଓଟିପି ସେୟାର କରିଦେଇଥିଲେ। କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା କଟିଯାଇଥିଲା। ଯୁବକ ଜଣକ ତୁରନ୍ତ ସାଇବର କ୍ରାଇମ୍‌ ହେଲ୍ପଲାଇନ୍‌ ନମ୍ବର ୧୯୩୦ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଅଭିଯୋଗ କରିପାରିନଥିଲେ। ଶେଷରେ ସେକ୍ଟର-୩ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ରାଉରକେଲା ପୁଲିସ ବିଗତ ଦିନରେ ଅନେକ ସାଇବର ଠକେଇର ପର୍ଦାଫାସ କରିବା ସହ ଲୋକଙ୍କୁ ସଚେତନା କରାଇବାକୁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe