ଖୋଲା ଝରକା: ଜାପାନୀ ଷ୍ଟାମ୍ପ୍‌

Advertisment
ଖୋଲା ଝରକା: ଜାପାନୀ ଷ୍ଟାମ୍ପ୍‌

Tokyo Cheapo

ପେନ୍‌‌େର ନିଜ ନାମକୁ ଦର୍ଶାଇଥାଉ। କିନ୍ତୁ ଜାପାନ୍‌ରେ ଦସ୍ତଖତର ଆବଶ୍ୟକତା ନାହିଁ, କାରଣ ସେଠାରେ ଦସ୍ତଖତରେ ଲୋକମାନେ ନିଜ ନାମ ବଦଳରେ ଷ୍ଟାମ୍ପ୍‌ ବ୍ୟବହାର କରନ୍ତି, ଯାହାକୁ ‘ଇଙ୍କନ୍‌’ କିମ୍ବା ‘ହାନକୋ’ କୁହାଯାଏ। କେବଳ ଜାପାନରେ ନୁହେଁ, କୋରିଆ ଓ ଚୀନ୍‌ର କିଛି ସ୍ଥାନରେ ଏହି ବ୍ୟବସ୍ଥା ରହିଛି। ହାନକୋ ହେଉଛି ଏକ ସ୍ବତନ୍ତ୍ର ଷ୍ଟାମ୍ପ୍‌ ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ କାଞ୍ଜିରେ (ଜାପାନୀ ଅକ୍ଷର) ଖୋଦିତ ହୋଇଥାଏ। ଏହି ଷ୍ଟାମ୍ପ୍‌ଗୁଡ଼ିକୁ କାଠ, ହାତୀ ଦାନ୍ତ କିମ୍ବା ପ୍ଲାଷ୍ଟିକ୍‌ରେ ତିଆରି କରାଯାଇଥାଏ। ଏଗୁଡ଼ିକରେ ଲାଲ ରଙ୍ଗର କାଳି ବ୍ୟବହୃତ ହୁଏ, ଯାହାକୁ ଶୁନିକୁ କୁହାଯାଏ। ଏଠାରେ ଦସ୍ତାବିଜଗୁଡ଼ିକରେ ଦସ୍ତଖତ ପାଇଁ କୌଣସି ଧାଡ଼ି ନଥାଏ, କିନ୍ତୁ ହାନକୋ ଷ୍ଟାମ୍ପ୍‌ ପାଇଁ ଏକ ଛୋଟ ବୃତ୍ତ ଘର କରାଯାଇଥାଏ। ବ୍ୟକ୍ତିଗତ ଏବଂ ବ୍ୟବସାୟ ଉଦ୍ଦେଶ୍ୟରେ ମୁଖ୍ୟ ପ୍ରକାରର ତିନୋଟି ହାନକୋ ବ୍ୟବହୃତ ହୋଇଥାଏ। ସେଗୁଡ଼ିକ ହେଲା- (ଜିତୁସ୍‌-ଇନ୍‌, ଗିଙ୍କୋ-ଇନ୍‌ ଓ ମିତୋମ-ଇନ୍‌)। ଜିତୁସ୍‌ ଇନ୍‌କୁ ଚୁକ୍ତିନାମା ସ୍ବାକ୍ଷର କରିବାକୁ ବ୍ୟବହୃତ ହୁଏ। ଗିଙ୍କୋ-ଇନ୍‌ ଷ୍ଟାମ୍ପ୍‌ ଆର୍ଥିକ କାରବାର ପାଇଁ ବ୍ୟବହୃତ ହୁଏ ଓ ଏହା ବ୍ୟାଙ୍କ୍‌ରେ ପଞ୍ଜୀକୃତ ହେବା ଆବଶ୍ୟକ। ଦୈନିକ କାର୍ଯ୍ୟରେ ବା ପାର୍ସଲ କାରବାରରେ ମିତୋମ୍‌-ଇନ୍‌ ଷ୍ଟାମ୍ପ୍‌ ବ୍ୟବହାର କରାଯାଏ।

କଥା ଫରୁଆ: ‘‘ଝିଣ୍ଟିକା ମାରି ବଣି ପୋଷିବା’’

ସାରା ଓଡ଼ିଶାରେ ବଣି ଏକ ଜଣାଶୁଣା ପକ୍ଷୀ। ଏହି ବଣି ପ୍ରାୟତଃ ଦୁଇ ପ୍ରକାରର। ଗୋଟିକର ନାମ ଘୁ-କାଳିକା ଓ ଅନ୍ୟଟି ରାଜବଣି। ଦେଖାଯାଏ ଯେ ଘୁ-କାଳିକାକୁ କେହି ପୋଷନ୍ତି ନାହିଁ, ମାତ୍ର ରାଜବଣିକୁ ଆଦର କରି ପୋଷନ୍ତି। ଇଂରାଜିରେ ଏହାର ନାମ ‘‘କମନ୍‌ ମୈନା’’। ତା’ର କାରଣ ଏହାର ରୂପ ଶାରି ଭଳି। ବଣିକୁ ପୋଷିବା ପାଇଁ ଖାଦ୍ୟ ଦେବାକୁ ପଡ଼ିବ। ସେଥିରେ ପୁଣି ଝିଣ୍ଟିକା ତା’ର ପ୍ରିୟ ଖାଦ୍ୟ। କେହି କେହି ବଣି ପୋଷିବା ପାଇଁ ଝିଣ୍ଟିକା ମାରି ତା’କୁ ଦିଅନ୍ତି। ଏଇଥିରୁ ଆସିଛି ଆମର ସେ ଲୋକକଥା- ‘‘ଝିଣ୍ଟିକା ମାରି ବଣି ପୋଷିବା’’। ଏହାର ଗୂଢ଼ ଅର୍ଥ କିନ୍ତୁ ଅଲଗା। ଝିଣ୍ଟିକାଟିଏ ନିରୀହ ଓ ବଳହୀନ। ତା’କୁ ମାରିବା ସହଜ ହୁଏ। ତେଣୁ ଯେଉଁ କ୍ଷେତ୍ରରେ ବଳବାନକୁ ତୁଷ୍ଟ କରିବା ପାଇଁ ବା ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ନିର୍ବଳ ବା ନିରୀହକୁ ଦଣ୍ଡିତ କରାଯାଏ ବା ତା’ର କ୍ଷତି ପହଞ୍ଚାଯାଏ ସେଠାରେ ଏହି ରୁଢ଼ିର ପ୍ରୟୋଗ ଦେଖିବାକୁ ମିଳେ।

ଶବ୍ଦତୋଡ଼ା: ସାଇଭାଇ

publive-image Village Square

ମଣିଷ ଏକ ସାମାଜିକ ପ୍ରାଣୀ ବୋଲି କୁହାଯାଏ। ତା’ର କାରଣ ହେଉଛି ସମାଜକୁ ଛାଡ଼ି ମଣି‌ଷ ବଞ୍ଚିପାରିବ ନାହିଁ। ଜଙ୍ଗଲ ଜୀବନରେ ଥିବାବେଳୁ ମଣି‌ଷ ଏକାଠି ରହିବାର ଆବଶ୍ୟକତା ଅନୁଭବ କରିଛି। ଧୀରେ ଧୀରେ ଜଙ୍ଗଲର ବୁଲା ଜୀବନରୁ ଆସି କୃଷିକାର୍ଯ୍ୟ କରି ସେ ସ୍ଥାୟୀ ଜୀବନ ଯାପନ କରିଛି। ସେଇଥିରୁ ଗଢ଼ି ଉଠିଛି ଗାଆଁ ଗଣ୍ଡା ଓ ପରେ ପରେ ସହର ବଜାର। ଆଜି କୃଷି ସହ ଶିଳ୍ପ ଆଧାରରେ ମଧ୍ୟ ଜନବସତିମାନ ଗଢ଼ି ଉଠୁଛି। ଏହି ଜନବସତି କହିଲେ ଲଗାଲଗି ହୋଇ ରହିଥିବା ଘର ଓ ସେଥିରେ ବାସ କରୁଥିବା ବିଭିନ୍ନ ବୟସର ମଣିଷ ଏବଂ ତା’ସହ ମଣିଷର ଆବଶ୍ୟକତା ଅନୁସାରେ ବିଦ୍ୟାଳୟ, ଚିକିତ୍ସାଳୟ, ଥାନା, କୋର୍ଟ, କଚେରି ଆଦି ଆନୁସଙ୍ଗିକ ଅନୁଷ୍ଠାନ। ହେଲେ ଏ ଜନବସତିର ମୂଳକଥା ହେଉଛି ଘର ଓ ପାରସ୍ପରିକ ସମ୍ବନ୍ଧ। ଘରଗୁଡ଼ିକ ପାଖାପାଖି ରହିଲେ ତାହା ସାଇ ବା ସାହିରେ ପରିଣତ ହୁଏ। ସହିତ ରହିବାରୁ ବୋଧେ ସାହି ଶବ୍ଦର ସୃଷ୍ଟି। ତେଣୁ ଅଧିକାଂଶ ଘର ସାଇଭୁକ୍ତ ‌େହାଇ ରହନ୍ତି। ଅନ୍ୟ ପକ୍ଷରେ ସମ୍ପର୍କର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ସାଇଭାବ। ଭାଇଭାଇ ହୋଇ ଏକତ୍ର ଘର କରି ଚଳିଲେ ତାହା ସାଇଭାଇରେ ପରିଣତ ହୁଏ। ତେଣୁ ସାଇଭାଇ ହୋଇ ରହିବା ଏକ ଚରମ ସାମାଜିକ ଆବଶ୍ୟତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe