ତବଲିଗି ଜମାତର ପାଣ୍ଠି ସଂପର୍କରେ ଖୋଳତାଡ଼ ଆରମ୍ଭ କଲା ପୁଲିସ

Advertisment
ତବଲିଗି ଜମାତର ପାଣ୍ଠି ସଂପର୍କରେ ଖୋଳତାଡ଼ ଆରମ୍ଭ କଲା ପୁଲିସ

ନୂଆଦିିଲ୍ଲୀ: ମାତ୍ର ଏକ ସପ୍ତାହ ତଳେ ଭାରତରେ କରୋନା ଭାଇରସ ସଂକ୍ରମତ ନିୟନ୍ତ୍ରଣରେ ଥିବାବେଳେ ଏବେ ତାହା ହଠାତ ବୃଦ୍ଧି ପାଇଛି । ମାତ୍ର ୫ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି । ଏଥିପାଇଁ ଦିଲ୍ଲୀର ତବଲିଗି ଜମାତ ପକ୍ଷରୁ ହୋଇଥିବା ଧାର୍ମିକ ସମ୍ମିଳନୀକୁ ଦାୟୀ କରାଯାଉଛି । ଗତ ଦୁଇଦିନରେ ତବଲିଗି ଜମାତ ସମ୍ମିଳନୀ ସହ ସଂପୃକ୍ତ ୬୪୭ଟି ପଜିଟିଭ ମାମଲା ସାମନାକୁ ଆସିଛି । ଏଗୁଡ଼ିକୁ ମିଶାଇ ଜମାତ ସମ୍ମିଳନୀ ସହ ସମ୍ପର୍କିତ ଏପର୍ଯ୍ୟନ୍ତ ମୋଟ ୭୫୦ ଟି ସଂକ୍ରମଣ ମାମଲା ଜଣାପଡ଼ିଛି ।

ଏହି ଘଟଣା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ତବଲିଗି ଜମାତ ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି । ଏହି ସଂଗଠନକୁ କେଉଁଠାରୁ ଅର୍ଥ ଆସୁଛି ସେ ସଂପର୍କରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି । ମୁଖ୍ୟତଃ ଉପସାଗରୀୟ ଅଞ୍ଚଳରୁ ବିପୁଳ ପରିମାଣରେ ପାଣ୍ଠି ଆସୁଥିବା କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ମର୍କାଜ୍ ମୁଖ୍ୟ ମୌଲାନା ସାଦଙ୍କୁ    ଯାଇଥିବା ସମନରେ ସଂଗଠନର ପାଣ୍ଠି ଉତ୍ସ, କର୍ମଚାରୀ ସଂଖ୍ୟା, ସିସିଟିଭି ରିପୋର୍ଟ, ଏହି ସମ୍ମିଳନୀ ପାଇଁ ସରକାରଙ୍କ ଅନୁମତି ନିଆଯାଇଥିଲା କି ନାହିଁ, ଗତ ଜାନୁଆରି ୧ରୁ ସଂଗଠନ ପକ୍ଷରୁ କରାଯାଇଥିବା ଧାର୍ମିକ ଆୟୋଜନ ଆଦି ସଂପର୍କରେ ଜବାବ ମଗାଯାଇଛି । ଏହା ସହିତ ଉକ୍ତ ସମ୍ମିଳନୀରେ କିଏ କିଏ ଯୋଗ ଦେଇଥିଲେ ସେମାନଙ୍କ ସଂପର୍କିତ ତଥ୍ୟ ମଧ୍ୟ ମଗାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe