ଭୋଟ ଦେଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ

Advertisment
ଭୋଟ ଦେଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ଭୋଟ ଦେଇଛନ୍ତି। ତୃତୀୟ ପର୍ଯ୍ୟାୟର ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ପୁରୀର ୧୫ ନମ୍ବର ୱାର୍ଡର ଦୋଳମଣ୍ଡପ ସାହି ଉ.ପ୍ରା ବିଦ୍ୟାଳୟର ୧୧୨ ନମ୍ବର ବୁଥରେ ଗଜପତି ମହାରାଜା ଭୋଟ ଦେଇଛନ୍ତି। ନିଜ ସହଧର୍ମିଣିଙ୍କ ସହ ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି। ଦଳ ଅପେକ୍ଷା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଦେଖି ଗଜପତି ନିଜର ଭୋଟ ଦେଇଥିବା କହିଛନ୍ତି। ଏପରିକି ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ଗଜପତି ମହାରାଜ ସମସ୍ତଙ୍କୁ ନିବେଦନ କରିଛନ୍ତି। କାରଣ ଏହାଦ୍ୱାରା ହିଁ ଦେଶ ଓ ରାଜ୍ୟର ଭବିଷ୍ୟତ ର୍ନିଦ୍ଧାରଣ ହେବ ବୋଲି ସେ କହିଛନ୍ତି ।

publive-image

ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଭୋଟ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଆବଶ୍ୟକ ପଡ଼ିଲେ ସମୟକୁ ବଢ଼ାଇ ଦିଆଯାଇପାରେ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe