ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଏକ କାଂସ୍ୟ ପ୍ରତିମୂର୍ତ୍ତି ଚୋରି ହେବା ଘଟଣାକୁ ଭାରତ କଡ଼ା ନିନ୍ଦା କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଭାରତ ଉକ୍ତ ପ୍ରସଙ୍ଗକୁ ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ଭାବେ ଉଠାଇଛି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିିଛି। ଅଷ୍ଟ୍ରେଲିଆ ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି।
ବିଦେଶ ବ୍ୟାପାର ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ଅଷ୍ଟ୍ରେଲିଆରେ ୩ ଜଣ ଦୁର୍ବୃତ୍ତଙ୍କ ଦ୍ବାରା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାକୁ ଭାରତ କଡ଼ା ନିନ୍ଦା କରୁଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଦାବି କରୁଛି। ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ଦାବି କରିଛି।
ଆହୁରି ପଢନ୍ତୁ: Maoists: ଟପ୍ ମାଓ ନେତା ନିଖିଲକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କଲେ ମା-ବାପା
ଅଷ୍ଟ୍ରେଲିଆ ଟୁଡେ ଅନୁଯାୟୀ, ଉକ୍ତ ପ୍ରତିମୂର୍ତ୍ତିଟିକୁ ଆଇସିସିଆର (ଇଣ୍ଡିଆନ କାଉନସିଲ ଫର୍ କଲ୍ଚରାଲ୍ ରିଲେସନ୍ସ) ଦ୍ବାରା ଉପହାର ଭାବେ ଦିଆଯାଇଥିଲା ଏବଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ଏହାକୁ ୨୦୨୧ ନଭେମ୍ବର ୧୨ ତାରିଖରେ ଉନ୍ମୋଚନ କରିଥିଲେ। ରୋଭିଲେସ୍ଥିତ ଅଷ୍ଟ୍ରେଲିଆନ୍ ଇଣ୍ଡିଆନ କମ୍ୟୁନିଟି ସେଣ୍ଟରରେ ଏହି ଗାନ୍ଧୀ ପ୍ରତିମୂର୍ତ୍ତି ଥିଲା।
Follow Us