Ganja Seized: ରାଉରକେଲା ରେଳବାଇ ଷ୍ଟେସନରେ ଆରପିଏଫ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Advertisment

ଦକ୍ଷିଣ ପୂର୍ବ ରେଳୱେର ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ରାଉରକେଲା ରେଳବାଇ ଷ୍ଟେସନରେ ରେଳୱେ ସୁରକ୍ଷା ବଳ (ଆରପିଏଫ୍)ର ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ମାଦକ ଦ୍ରବ୍ୟ ତସ୍କରୀ ବିରୋଧରେ ବଡ଼ ସଫଳତା ହାସଲ କରିଛି।

ଦକ୍ଷିଣ ପୂର୍ବ ରେଳୱେର ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ରାଉରକେଲା ରେଳବାଇ ଷ୍ଟେସନରେ ରେଳୱେ ସୁରକ୍ଷା ବଳ (ଆରପିଏଫ୍)ର ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ମାଦକ ଦ୍ରବ୍ୟ ତସ୍କରୀ ବିରୋଧରେ ବଡ଼ ସଫଳତା ହାସଲ କରିଛି।

ssaaaa

ସୁନ୍ଦରଗଡ /ବନ୍ଧମୁଣ୍ଡା (ଦେବ କୁମାର ଦେ): ଦକ୍ଷିଣ ପୂର୍ବ ରେଳୱେର ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ରାଉରକେଲା ରେଳବାଇ ଷ୍ଟେସନରେ ରେଳୱେ ସୁରକ୍ଷା ବଳ (ଆରପିଏଫ୍)ର ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ମାଦକ ଦ୍ରବ୍ୟ ତସ୍କରୀ ବିରୋଧରେ ବଡ଼ ସଫଳତା ହାସଲ କରିଛି। ଟିମ୍‌ ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୦ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ବେଆଇନ ତସ୍କରୀରେ ସଂଲଗ୍ନ ଜଣେ ଅଭିଯୁକ୍ତକୁ ଗିରଫ କରି ଜେଳକୁ ପଠାଯାଇଛି। ଆରପିଏଫ୍ ଅଧିକାରୀଙ୍କ ଅନୁସାରେ ସନ୍ଦେହଜନକ ଅବସ୍ଥାରେ ବୁକୁ ଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କ ବ୍ୟାଗ୍‌ର ତଲାଶୀ ନିଆଯାଉଥିବାବେଳେ ଭାରୀ ପରିମାଣର ଗଞ୍ଜେଇ ଜବତ ହୋଇଥିଲା।

 ଜବତ ଗଞ୍ଜେଇର ସମୁଦାୟ ଓଜନ ପ୍ରାୟ ୧୯.୮୨୦ କିଲୋଗ୍ରାମ ଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ଅନୁମାନ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାର ବାସିନ୍ଦା ବୋଲି ଚିହ୍ନଟ ହୋଇଛି। ପଚରାଉଚରା ସମୟରେ ସେ କହିଛି ଯେ, ଓଡ଼ିଶାର ବହାଦୁରଗଡ଼ରୁ ସିଏ ଗଞ୍ଜେଇ କିଣି ଦିଲ୍ଲୀକୁ ନେଇ ବିକ୍ରି କରିବା ପାଇଁ ଯୋଜନା କରିଥିଲା।

ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ମୋବାଇଲ୍ ଫୋନ୍‌ ମଧ୍ୟ ଜବତ କରାଯାଇଛି, ଯାହାର ତଦନ୍ତ ଚାଲିଛି। ଜିଆରପି ଦ୍ୱାରା ଏନ୍‌ଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ନ୍ୟାୟିକ ହିରାସତକୁ ପଠାଇ ଦିଅ ଯାଇଛି। ଏହି ମାମଲାରେ ତସ୍କରୀ ନେଟୱର୍କ ସହ ଜଡିତ ଅନ୍ୟ ଲୋକଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe