ବିପୁଳ ମାତ୍ରାରେ ଗଞ୍ଜେଇ ଜବତ, ୨ ଗିରଫ

Advertisment

ନନ୍ଦପୁର ବ୍ଲକ ପାଡୁଆ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ିରେ ଚାଲାଣ ବେଳେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମ୍ମା ଥାନା ପର୍ଲି ଗ୍ରାମରର ସୁଦର୍ଶନ ଦାସ (୪୨) ଓ ନନ୍ଦପୁର ବ୍ଲକ ଅଣ୍ଟବିର ଗ୍ରାମର ବିକ୍ରମ କିର୍ଷାନୀ(୧୯)।

ନନ୍ଦପୁର ବ୍ଲକ ପାଡୁଆ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ିରେ ଚାଲାଣ ବେଳେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମ୍ମା ଥାନା ପର୍ଲି ଗ୍ରାମରର ସୁଦର୍ଶନ ଦାସ (୪୨) ଓ ନନ୍ଦପୁର ବ୍ଲକ ଅଣ୍ଟବିର ଗ୍ରାମର ବିକ୍ରମ କିର୍ଷାନୀ(୧୯)।

sିମୂ

ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ିରେ ଚାଲାଣ ବେଳେ ବିପୁଳ ମାତ୍ରାରେ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମ୍ମା ଥାନା ପର୍ଲି ଗ୍ରାମରର ସୁଦର୍ଶନ ଦାସ (୪୨) ଓ ନନ୍ଦପୁର ବ୍ଲକ ଅଣ୍ଟବିର ଗ୍ରାମର ବିକ୍ରମ କିର୍ଷାନୀ(୧୯)।

ଗତକାଲିପୂର୍ବାହ୍ନ ରେ ଏସଡି ପିଓ ସମ୍ବିତ କୁମାର ମାଝୀଙ୍କ ନିର୍ଦେଶରେ  ହିମାଂଶୁ ବେନିୟା ଏବଂ ଟିମ ହାଣ୍ଡିପୁଟ ଛକ ନିକଟ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ଆସିଲା କି ଏକ ଗାଡ଼ିରେ ଜଲାପୁଟ ପଟୁ ଗଞ୍ଜେଇ ନେଇ ଆସୁଛି। ଖବର ପାଇ ପୁଲିସ୍ ଟିମ ବାଡେଲ୍ ପଞ୍ଚାୟତ ଖମରା ଗାଁ ନିକଟରେ ଗାଡ଼ି ମୋଟର ଯାଞ୍ଚ ଆରମ୍ଭ କରିଥିଲେ। ଏହି ସମୟରେ ଏକ ପିକ ଅପ ଭେନ୍ ଓଡି ୦୨ ଏକ୍ୟୁ ୫୪୨୪ ଦ୍ରୁତ ଗତିରେ ଆସୁଥିବା ଦେଖି ପୁଲିସ ଟକାଇବା କ୍ଷଣି ଗାଡ଼ିର ଡ୍ରାଇଭର ସମେତ ତିନି ଜଣ ଗାଡ଼ିରୁ ଓହ୍ଲାଇ ନିକଟସ୍ଥ ଜଙ୍ଗଲକୁ ଦୌଡିବାକୁ ଲାଗିଲେ। ଏହା ଦେଖି ପୁଲିସ୍ ଟିମ ପିଛା କରି ଦୁଇ ଜଣକୁ କାବୁ କରିଥିବା ବେଳେ ଜଣେ ଖସି ପଳାଇଥିଲା।

ଯାଞ୍ଚ ବେଳେ ଗାଡ଼ିରେ ଜରି ବସ୍ତା ରେ ଗଞେଇ ଦେଖି  ସୁଦର୍ଶନ ଓ ବିକ୍ରମକୁ ଗିରଫ କରିବା ସହ ଗାଡ଼ି ଓ ଗଞେଇ ଜବତ କରିଥିଲେ। ମାଜିଷ୍ଟ୍ରେଟ ଦୁର୍ଗା ପ୍ରସାଦ ଦୋରାଙ୍କ ଉପସ୍ଥିତିରେ ଗଞେଇ ଓଜନ କରିଥିବା ବେଳେ ଏହା ୮ କ୍ଵିଣ୍ଟାଲ ୨୬ କେଜି ୮୦୦ ଗ୍ରାମ ଥିବା ପୁଲିସ୍ କହିଛି। ଏହି ଗଞେଇ ଆନ୍ଧ୍ରକୁ ଚାଲାଣ ହେଉ ଥିବା ତଦନ୍ତ ବେଳେ ଜଣା ପଡ଼ିଥିବା ପୁଲିସ୍ କହିଛି। ଏସ ଆଇ ଦୀପକ ବାରିକ ତଦନ୍ତ କରୁଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଯଥାଶୀଘ୍ର ଧରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe