Gas truck accident : ଜରପଡାରେ ପଲଟିଲା ଗ୍ୟାସ ଗାଡ଼ି, ଜାତୀୟ ରାଜପଥ ବନ୍ଦ

Advertisment

ଅନୁଗୁଳ ଜିଲ୍ଲା ଜରପଡା କଲେଜ ନିକଟରେ ଏକ ଗ୍ୟାସ ବୋଝେଇ ଗାଡ଼ି ଓଲଟିପଡ଼ିଛି। ଏଥିରେ କେହି ମୃତାହତ ହୋଇନଥିବା ଜରପଡା ଥାନା ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି। ସୂଚନା ମୁତାବକ, ସମ୍ବଲପୁର ପଟରୁ ଏକ ଗ୍ୟାସ ବୋଝେଇ ଗାଡ଼ି ଅନୁଗୁଳ ଅଭିମୁଖେ ଆସୁଥିଲା।

WhatsApp Image 2026-02-14 at 8.46.17 AM

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା କଲେଜ ନିକଟରେ ଏକ ଗ୍ୟାସ ବୋଝେଇ ଗାଡ଼ି ଓଲଟିପଡ଼ିଛି। ଏଥିରେ କେହି ମୃତାହତ ହୋଇନଥିବା ଜରପଡା ଥାନା ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି। ସୂଚନା ମୁତାବକ, ସମ୍ବଲପୁର ପଟରୁ ଏକ ଗ୍ୟାସ ବୋଝେଇ ଗାଡ଼ି ଅନୁଗୁଳ ଅଭିମୁଖେ ଆସୁଥିଲା।

ଗାଡିଟି ଭାରସାମ୍ୟ ହରାଇ କଲେଜ ନିକଟରେ ଓଲଟି ପଡ଼ିଥିବା ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ସେପଟେ ଗାଡ଼ିରୁ ଗ୍ୟାସ ଲିକେଜ ହେଉଥିବାରୁ ସେଠାରେ ବିପଦ ଦେଖା ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବିପଦ ଆଶଙ୍କା କରି ୧ କିଲୋମିଟର ଦୂରରୁ ପୁଲିସ ସବୁ ଗାଡିକୁ ଅଟକାଉଥିବା ଜଣାପଡିଛି। ପୁଲିସ ଅଗ୍ନିଶମ ବାହିନୀକୁ ଖବର ଦେଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe