Gavaskar's advice to Abhishek: ଅଭିଷେକଙ୍କୁ ଗାଭାସ୍କର୍‌ଙ୍କ ପରାମର୍ଶ

Advertisment

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି ଓ ସେ ଶୂନରେ ଆଉଟ୍‌ ହେବାରେ ହ୍ୟାଟ୍ରିକ୍‌ କରିଛନ୍ତି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି ଓ ସେ ଶୂନରେ ଆଉଟ୍‌ ହେବାରେ ହ୍ୟାଟ୍ରିକ୍‌ କରିଛନ୍ତି।

19bbs_71_19022026_112

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି ଓ ସେ ଶୂନରେ ଆଉଟ୍‌ ହେବାରେ ହ୍ୟାଟ୍ରିକ୍‌ କରିଛନ୍ତି। ଆଗକୁ ଗୁରୁତ୍ବପୂର୍ଣ୍ଣ ସୁପର-୮ ପର୍ଯ୍ୟାୟ ଥିବାବେଳେ ତାଙ୍କର ଖରାପ ଲୟ ଦଳ ପାଇଁ ଏକ ସମସ୍ୟାରେ ପରିଣତ ହୋଇଛି। ବାରମ୍ବାର ବିଫଳତା ପରେ ତାଙ୍କ ଦକ୍ଷତାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି ପୂର୍ବତନ ପାକିସ୍ତାନୀ ବୋଲର୍‌ ମହମ୍ମଦ ଅମୀର୍‌। ସେ କହିଛନ୍ତି ଯେ ଅଭିଷେକ ସବୁ ବଲକୁ ମାରବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁ ବଲ୍‌କୁ ମାରବା ସହଜ କଥା ନୁହେଁ। ଭଲ ଅନ୍ତର୍ଜାତୀୟ ବୋଲର୍‌ମାନେ ବ୍ୟାଟର୍‌ଙ୍କ ଦୁର୍ବଳତାକୁ ଧରିବା ସହ ସମସ୍ୟାରେ ପକାଇପାରନ୍ତି।

ତେବେ ତ୍ରୁଟି ସଜାଡ଼ି ପୁଣି ଲୟକୁ ଫେରିବାକୁ ଅଭିଷେକଙ୍କୁ କେତେକ ପରାମର୍ଶ ଦେଇଛନ୍ତି ଭାରତର ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ସେ କହିଛନ୍ତି ଯେ ଅଭିଷେକ ଚାପର ବୋଝରେ ଦବିଯାଉଛନ୍ତି। ସେ ପ୍ରଥମରୁ ଛକା ଚୌକା ମାରିବାକୁ ଉଦ୍ୟମ ନ କରି କିଛି ସମୟ ପିଚ୍‌ରେ ବିତାଇ ପ୍ରଥମେ ନିଜର ଖାତା ଖୋଲିବା ଉଚିତ୍‌। ଯଦି ସ୍ବାଭାବିକଭାବେ ବଡ଼ ସଟ୍‌ ଆସୁଛି ଭଲ କଥା, କିନ୍ତୁ ବାଧ୍ୟବାଧକତାରେ ସେ ଛକା ଚୌକା ମାରିବାକୁ ଉଦ୍ୟମ କରିବ ଉଚିତ୍‌ ନୁହେଁ। ସେ ପ୍ରଥମ କିଛି ଓଭର ତିଷ୍ଠି ରୁହନ୍ତୁ ଓ ଏକ-ଦୁଇ ରନ୍‌ କରିବାକୁ ଉଦ୍ୟମ କରନ୍ତୁ। କୌଣସି ବଲ୍‌ରୁ ରନ ନ ଆସିଲେ ବି ସେ ଚିନ୍ତିତ ହୁଅନ୍ତୁ ନାହିଁ। ପରେ ସେ ନିଜର ସ୍ବାଭାବିକ ଖେଳ ଖେଳିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe