ବିଦ୍ୟାଳୟ ଏକ ସାମାଜିକ ଚେତନା କେନ୍ଦ୍ର

Advertisment

କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସାଧାରଣ ସଭାର ଉଦଯାପନୀ ସମାରୋହରେ ବିଦ୍ୟାଳୟ ଏକ ସାମାଜିକ ଚେତନା କେନ୍ଦ୍ର ବୋଲି ସମ୍ମାନନୀୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Updated On

କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସାଧାରଣ ସଭାର ଉଦଯାପନୀ ସମାରୋହରେ ବିଦ୍ୟାଳୟ ଏକ ସାମାଜିକ ଚେତନା କେନ୍ଦ୍ର ବୋଲି ସମ୍ମାନନୀୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଅଦ୍ୟତନ ହୋଇଛି
bhi

କଟକ: କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସାଧାରଣ ସଭାର ଉଦଯାପନୀ ସମାରୋହରେ ବିଦ୍ୟାଳୟ ଏକ ସାମାଜିକ ଚେତନା କେନ୍ଦ୍ର ବୋଲି ସମ୍ମାନନୀୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ସଂଗଠନର ଉତ୍କଳ ପ୍ରାନ୍ତର ଅଧ୍ୟକ୍ଷ ଡକ୍ଟର କିଶୋର ଚନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ଯରେ ଆୟୋଜିତ ସଭାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବ ପ୍ରାନ୍ତର ସଂପର୍କ ପ୍ରମୁଖ ତଥା ବରିଷ୍ଠ ଅଧିବକ୍ତା ସର୍ବେଶ୍ବର ବେହେରା ମୁଖ୍ୟବକ୍ତା ରୂପେ ଯୋଗ ଦେଇ ସଜ୍ଜନ ଶକ୍ତିରେ ରାଷ୍ଟ୍ରୀୟତାର ଭାବନା, ପରିବାର ପ୍ରବୋଧନ,ସ୍ବଜାଗରଣ ଆଦି ସପ୍ତସୂତ୍ରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସଂଗଠନର ଉତ୍କଳ ପ୍ରାନ୍ତର ସାଧାରଣ ସମ୍ପାଦକ ଡକ୍ଟର ସରୋଜ କୁମାର ହାତୀ ବୃତ୍ତ କଥନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବ ସମ୍ଭାଗର ସମ୍ପାଦକ ତଥା ଅଧ୍ୟାପକ ଡକ୍ଟର ପଙ୍କଜ କୁମାର କର ମଞ୍ଚକାର୍ଯ୍ୟ ସଂଯୋଜନା କରିଥିଲେ।

ଉତ୍କଳ ପ୍ରାନ୍ତର ସଂଗଠନ ମନ୍ତ୍ରୀ ତାରକାଦାସ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପୂର୍ଣ୍ଣକାଳୀନ ସମର୍ପିତ କାର୍ଯ୍ୟକର୍ତ୍ତା ଓ ବିଦ୍ଯାଭାରତୀଙ୍କ ଯୋଜନାରେ ରାଷ୍ଟ୍ର କାର୍ଯ୍ୟରେ ବ୍ରତୀ ଥିବା ସମସ୍ତ ସଂକୁଳ,ଜିଲ୍ଲା, ସମ୍ଭାଗ ଓ ପ୍ରାନ୍ତର ମୋଟ ୨୮୮ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ।ପୂର୍ବ କ୍ଷେତ୍ରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବୈଠକରେ ପଞ୍ଚ ପରିବର୍ତ୍ତନ, ପଞ୍ଚପଦୀ ଅଧିଗମ ପଦ୍ଧତି ଶିକ୍ଷଣ ବ୍ୟବସ୍ଥା, ପୂର୍ବଛାତ୍ର ସଶକ୍ତୀକରଣ, ମାତୃଭାରତୀ ଦ୍ଵାରା ନାରୀ ଶକ୍ତି ଜାଗରଣ, ସଂସ୍କାର କେନ୍ଦ୍ର ବୃଦ୍ଧି, ବିଦ୍ୟାଳୟ ଶିଶୁ ସଂଖ୍ୟା ବୃଦ୍ଧି, ଆର୍ଥିକ ବ୍ୟବସ୍ଥା -ଆୟ ବ୍ୟୟ ଅଟକଳ, ରାଷ୍ଟ୍ରୀୟ ଶିକ୍ଷା ନୀତି, ଆଦର୍ଶ ଶିଶୁବାଟିକା, ଜିଲ୍ଲା କେନ୍ଦ୍ର ସଶକ୍ତୀକରଣ ଆଦି ବିଷୟକ ମାନସ ମନ୍ଥନ ହୋଇଥିଲା।

nj

ଉତ୍କଳ ପ୍ରାନ୍ତର ସଂଗଠନ ମନ୍ତ୍ରୀ ତାରକାଦାସ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପୂର୍ଣ୍ଣକାଳୀନ ସମର୍ପିତ କାର୍ଯ୍ୟକର୍ତ୍ତା ଓ ବିଦ୍ଯାଭାରତୀଙ୍କ ଯୋଜନାରେ ରାଷ୍ଟ୍ର କାର୍ଯ୍ୟରେ ବ୍ରତୀ ଥିବା ସମସ୍ତ ସଂକୁଳ,ଜିଲ୍ଲା, ସମ୍ଭାଗ ଓ ପ୍ରାନ୍ତର ମୋଟ ୨୮୮ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ।ପୂର୍ବ କ୍ଷେତ୍ରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବୈଠକରେ ପଞ୍ଚ ପରିବର୍ତ୍ତନ, ପଞ୍ଚପଦୀ ଅଧିଗମ ପଦ୍ଧତି ଶିକ୍ଷଣ ବ୍ୟବସ୍ଥା, ପୂର୍ବଛାତ୍ର ସଶକ୍ତୀକରଣ, ମାତୃଭାରତୀ ଦ୍ଵାରା ନାରୀ ଶକ୍ତି ଜାଗରଣ, ସଂସ୍କାର କେନ୍ଦ୍ର ବୃଦ୍ଧି, ବିଦ୍ୟାଳୟ ଶିଶୁ ସଂଖ୍ୟା ବୃଦ୍ଧି, ଆର୍ଥିକ ବ୍ୟବସ୍ଥା -ଆୟ ବ୍ୟୟ ଅଟକଳ, ରାଷ୍ଟ୍ରୀୟ ଶିକ୍ଷା ନୀତି, ଆଦର୍ଶ ଶିଶୁବାଟିକା, ଜିଲ୍ଲା କେନ୍ଦ୍ର ସଶକ୍ତୀକରଣ ଆଦି ବିଷୟକ ମାନସ ମନ୍ଥନ ହୋଇଥିଲା। କେଶବଧାମର ପ୍ରଧାନ ଆଚାର୍ଯ୍ୟ ଡକ୍ଟର ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ବରେ ସମସ୍ତ ସେବାବ୍ରତୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe