ବାଉଁଶପାତିଆରେ ନିର୍ମିତ ହେଲା ନୂଆପଡ଼ା ଜିଲ୍ଲାର ଭୌଗୋଳିକ ପ୍ରତିକୃତି

ବାଉଁଶ କାରିଗରୀ ଦ୍ଵାରା ନିର୍ମିତ ହେଲା ନୂଆପଡ଼ା ଜିଲ୍ଲାର ସୁନ୍ଦର ପ୍ରତିକୃତି l ଏହି କଳାକୃତି ନୂଆପଡ଼ା ଜିଲ୍ଲାର ଭୌଗୋଳିକ ଆକୃତି ମଡେଲ୍ ଉପରେ ନିର୍ମିତ ହୋଇଛି l ଏହି ବାଉଁଶ କାରିଗରୀକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଖୁବ୍ ପ୍ରଶଂସା କରି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଛନ୍ତି l

ji

ନୂଆପଡ଼ା: ବାଉଁଶ କାରିଗରୀ ଦ୍ଵାରା ନିର୍ମିତ ହେଲା ନୂଆପଡ଼ା ଜିଲ୍ଲାର ସୁନ୍ଦର ପ୍ରତିକୃତି l ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକର ପୋଖତ ବାଉଁଶ କାରିଗରମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା କୁଲା, ଭୂଗା, ଟୁପା,ପାଛିଆ, ପର୍ଲା, ଝାମ୍ପି, ଚାଙ୍ଗରି, ଭୁର୍କି, ଧୂକ୍ନା, ଖଟ ପିଢା, ଖଲେଇ, ଡଙ୍ଗା ଇତ୍ୟାଦି ନିର୍ମାଣ କରିଛନ୍ତି ବାଉଁଶ ପାତିଆରେ, ବାଁଉଶ ଆଧାର ଉପରେ l

ଏହି କଳାକୃତି ନୂଆପଡ଼ା ଜିଲ୍ଲାର ଭୌଗୋଳିକ ଆକୃତି ମଡେଲ୍ ଉପରେ ନିର୍ମିତ ହୋଇଛି l ଏହାକୁ ଏହି କାରିଗରମାନେ ଜିଲ୍ଲାପାଳଙ୍କୁ ବୋଡ଼େନ ବ୍ଲକର ଲର୍କା ପଞ୍ଚାୟତର ଖୋର୍ଲା ଗ୍ରାମରେ ଅନୁଷ୍ଠିିତ ହୋଇଥିବା ପରିବର୍ଦ୍ଧିତ ଜନ ଶୁଣାଣୀ ଶିବିର ତଥା ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ପ୍ରଦର୍ଶିତ କରିଥିଲେ l ଦେଖିବାକୁ ଅତି ସୁନ୍ଦର ଦିଶୁଥିବା ଏହି ବାଉଁଶ କାରିଗରୀକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଖୁବ୍ ପ୍ରଶଂସା କରି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଛନ୍ତି l ସେମାନଙ୍କୁ ଆବଶ୍ୟକ ସୁଯୋଗ ତଥା ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

ଉଲ୍ଲେଖନୀୟ ଯେ ଏହି କଳାକୃତି ନୂଆପଡ଼ା ଜିଲ୍ଲାର ଭୌଗୋଳିକ ଆକୃତି ମଡେଲ୍ ଉପରେ ନିର୍ମିତ ହୋଇଛି l ଏହାକୁ ଏହି କାରିଗରମାନେ ଜିଲ୍ଲାପାଳଙ୍କୁ ବୋଡ଼େନ ବ୍ଲକର ଲର୍କା ପଞ୍ଚାୟତର ଖୋର୍ଲା ଗ୍ରାମରେ ଅନୁଷ୍ଠିିତ ହୋଇଥିବା ପରିବର୍ଦ୍ଧିତ ଜନ ଶୁଣାଣୀ ଶିବିର ତଥା ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ପ୍ରଦର୍ଶିତ କରିଥିଲେ l ଦେଖିବାକୁ ଅତି ସୁନ୍ଦର ଦିଶୁଥିବା ଏହି ବାଉଁଶ କାରିଗରୀକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଖୁବ୍ ପ୍ରଶଂସା କରି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଛନ୍ତି l ସେମାନଙ୍କୁ ଆବଶ୍ୟକ ସୁଯୋଗ ତଥା ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe