Gill Gave Gift: ସର୍ଫରାଜଙ୍କୁ ଗିଲ୍‌ଙ୍କ ସରପ୍ରାଇଜ୍‌ ଗିପ୍ଟ

Advertisment

ଭାରତୀୟ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଶୁବମନ୍‌ ଗିଲ୍‌ ଅନ୍ତର୍ଜାତୀୟ କ୍ରିକେଟର୍‌ ସର୍ଫରାଜ ଖାନ୍‌ଙ୍କୁ ଏକ କ୍ୟାସିଓ ଜି-ସକ୍‌ ହାତଘଣ୍ଟା ଉପହାର ଦେଇଛନ୍ତି। ମୁମ୍ବାଇ ବ୍ୟାଟର୍‌ ସର୍ଫରାଜ ଏହାକୁ ଗୌରବର ସହ ସମସ୍ତଙ୍କୁ ଦେଖାଇଛନ୍ତି।

ଭାରତୀୟ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଶୁବମନ୍‌ ଗିଲ୍‌ ଅନ୍ତର୍ଜାତୀୟ କ୍ରିକେଟର୍‌ ସର୍ଫରାଜ ଖାନ୍‌ଙ୍କୁ ଏକ କ୍ୟାସିଓ ଜି-ସକ୍‌ ହାତଘଣ୍ଟା ଉପହାର ଦେଇଛନ୍ତି। ମୁମ୍ବାଇ ବ୍ୟାଟର୍‌ ସର୍ଫରାଜ ଏହାକୁ ଗୌରବର ସହ ସମସ୍ତଙ୍କୁ ଦେଖାଇଛନ୍ତି।

Subman Gill

Subman Gill

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଶୁବମନ୍‌ ଗିଲ୍‌ ଅନ୍ତର୍ଜାତୀୟ କ୍ରିକେଟର୍‌ ସର୍ଫରାଜ ଖାନ୍‌ଙ୍କୁ ଏକ କ୍ୟାସିଓ ଜି-ସକ୍‌ ହାତଘଣ୍ଟା ଉପହାର ଦେଇଛନ୍ତି। ମୁମ୍ବାଇ ବ୍ୟାଟର୍‌ ସର୍ଫରାଜ ଏହାକୁ ଗୌରବର ସହ ସମସ୍ତଙ୍କୁ ଦେଖାଇଛନ୍ତି। ଏହି ନିଆରା ଉପହାର ଲାଗି ଗିଲ୍‌ଙ୍କୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି।

ସେହିଭଳି ଘଣ୍ଟାଟିକୁ ପିନ୍ଧିଥିବାର ଫଟୋ ଛାଡ଼ିଛନ୍ତି। ଯାହା ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସୁୂଛି। ସର୍ଫରାଜ ସଂପ୍ରତି ଚମତ୍କାର ଫର୍ମରେ ଥିଲା ବେଳେ ବିଜୟ ହଜରେ ଟ୍ରଫି ଘରୋଇ ସୀମିତ ଓଭର କ୍ରିକେଟ୍‌ ପ୍ରତିଯୋଗିତର ପାଞ୍ଚଟି ମ୍ୟାଚ୍‌ରୁ ୧୯୦.୫୬ର ଷ୍ଟ୍ରାଇକ୍ ରେଟ୍‌ ସହ ୩୦୩ ରନ୍‌ କରିଛନ୍ତି। ସେଥିମଧ୍ୟ‌ରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ଉଭୟ ଗିଲ୍ ଓ ସର୍ଫରାଜ ହେଉଛନ୍ତି ପରସ୍ପରର ଭଲ ବନ୍ଧୁ।

ଗିଲ୍‌ ସଂପ୍ରତି ଭାରତୀୟ ଦିନିକିଆ ଓ‌ ଟେଷ୍ଟ୍‌ ଦଳର ନେତୃତ୍ବ ନେଉଛନ୍ତି। ସର୍ଫରାଜ କିଛି ଟେଷ୍ଟ୍‌ ମ୍ୟାଚ୍‌ ଖେଳିବା ପରେ ଚୟନକର୍ତ୍ତା ଆଉ ତାଙ୍କୁ ଭାରତୀୟ ଦଳ ଲାଗି ବିଚାରକୁ ନେଉ ନାହାନ୍ତି। ହେଲେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ପୁଣି ଥରେ ଭାରତୀୟ ଦଳକୁ ଫେରିବା ଲାଗି ସେ ନିଜ ଦାବିଦାରି ଉପସ୍ଥାପନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe