ସାପ କାମୁଡ଼ାରେ ନାବାଳିକାର ଜୀବନ ଗଲା

ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୬୨ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ବାଳିକା ହେଲେ ସୋନାଲି ମଣ୍ଡଲ।

Padia

ପଡ଼ିଆ: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୬୨ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ବାଳିକା ହେଲେ ସୋନାଲି ମଣ୍ଡଲ।

ସୂଚନା ମୁତାବକ ଏମ୍‌ଭି ୬୨ ଗ୍ରାମର  ବିଷ୍ଣୁପଦ ମଣ୍ଡଲଙ୍କ ଝିଅ ସୋନାଲି ମଣ୍ଡଲ ଶନିବାର ରାତିରେ ଖାଇସାରି ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ସୋନାଲିର ଗୋଡକୁ କାମୁଡି ଧରିଥିଲା। ଏହି ସମୟରେ ସୋନାଲି ଜୋରରେ ଚିତ୍କାର କରିବାରୁ ପରିବାର ଲୋକେ ଉଠି ସୋନାଲିକୁ ଉଦ୍ଧାର କରିବା ସହ ତୁରନ୍ତ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସୋନାଲିର ଅବସ୍ଥା ଶୋଚନୀୟ ହୋଇପଡିବାରୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯଇଥିଲା।

ସୋନାଲି ମଣ୍ଡଲ ଶନିବାର ରାତିରେ ଖାଇସାରି ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ସୋନାଲିର ଗୋଡକୁ କାମୁଡି ଧରିଥିଲା। ଏହି ସମୟରେ ସୋନାଲି ଜୋରରେ ଚିତ୍କାର କରିବାରୁ ପରିବାର ଲୋକେ ଉଠି ସୋନାଲିକୁ ଉଦ୍ଧାର କରିବା ସହ ତୁରନ୍ତ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ସୋନାଲି ପ୍ରାଣ ହରାଇ ଥିବା ବେଳେ ତୁରନ୍ତ ଏହି ଘଟଣା ବାବଦରେ ଏମଭି ୭୯ ପୋଲିସକୁ ଏମଏଲସି ମାଧ୍ୟମରେ ଖବର ଦିଆଯାଇଥିଲା। ଏହାପରେ ଏମଭି ୭୯ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ପ୍ରଥମେ ପଂଚନାମା କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏ ନେଇ ଏମଭି ୭୯ ଥାନାରେ  ୧୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe