ବଜେଟ୍‌ ସଂପର୍କରେ ଗଣମାଧ୍ୟମରେ ମନ୍ତ୍ରୀ କହୁଥିବା ବେଳେ ପଛରୁ ଦିଶିଲା ଝିଅଟି ଖତେଇ ହେଉଥିବାର ଦୃଶ୍ୟ, ଭିଡିଓ ଭାଇରାଲ୍‌

ବଜେଟ୍‌ ସଂପର୍କରେ ଗଣମାଧ୍ୟମରେ ମନ୍ତ୍ରୀ କହୁଥିବା ବେଳେ ପଛରୁ ଦିଶିଲା ଝିଅଟି ଖତେଇ ହେଉଥିବାର ଦୃଶ୍ୟ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଇଣ୍ଟର୍‌ନେଟ୍‌ରେ ଏବେ ଭିଡିଓ ଖୁବ୍‌ ଜୋର୍‌ ଭାଇରାଲ୍‌ ହେବାରେ ଲାଗିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ପାର୍ଲାମେଣ୍ଟ୍‌ ବାହାରେ କେନ୍ଦ୍ର ବଜେଟ୍‌ ଉପରେ ଗଣମାଧ୍ୟମରେ ନିଜର ମତ ପ୍ରକାଶ କରୁଥିବା ବେଳେ ତାଙ୍କ ପଛରେ  ଝିଅଟିଏ ବାରମ୍ବାର ଜିଭ କାଢ଼ି ଖତେଇ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଝିଅଟି ଧୀରେ ଧୀରେ ହସିବା ସହ ଏପରି କରୁଥିବାର ଦେଖିବାକୁ ମିଳିଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିହ୍ନା ଆଗକୁ ଚାହିଁ ରିପୋର୍ଟରଙ୍କୁ ବଜେଟ୍ .ନେଇ ମନ୍ତବ୍ୟ ଦେଉଥିବା ହେତୁ ତାଙ୍କ ପଛରେ କ’ଣ ଘଟୁଛି ତାହା ସେ ଜାଣି ପାରୁ ନ ଥିଲେ। ତାହାର ସୁଯୋଗ ଉଠାଇ ଝିଅଟିକୁ ଜାତୀୟ ଟେଲିଭିଜନରେ ସ୍ପଷ୍ଟ ଭାବେ ନିଜର କାରନାମା ସହ ଦେଖିବାକୁ ମିଳିଛି।

ଲୋକସଭାରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥ ମନ୍ତ୍ରୀ ପିୟୁଷ୍‌ ଗୋଏଲ୍‌। ବଜେଟ୍‌ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏହା ଖାଲି ଟେଲର୍‌ ମାତ୍ର। ଅସଲ ବଜେଟ୍‌ ଉପସ୍ଥାପନ ହେବ ନିର୍ବାଚନ ପରେ। ଯାହାକି ଦେଶକୁ ବିକାଶର ପଥେ ଆଗେଇ ନେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe