ମୁମ୍ବାଇ: ସାମାନ୍ୟ ଯୁକ୍ତିତର୍କରୁ କଲେଜ ଛାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଲେ ବାପା ବୟସର ବ୍ୟକ୍ତି | ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି ଏକ ଘଟଣା ଘଟିଛି। ମୁମ୍ବାଇର ପନଭେଲ ଏବଂ ଖଣ୍ଡେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଏକ ଲୋକାଲ୍ ଟ୍ରେନରେ ଏହି ଘଟଣା ଘଟିଛି। ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଯୁକ୍ତିତର୍କ ପରେ ଚଳନ୍ତା ଟ୍ରେନରୁ ଠେଲି ଦିଆଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଅଖତର ନୱାଜଙ୍କୁ ପୁଲିସ ଧରିଥିବାବେଳେ କୁହାଯାଉଛି ଯେ ଏହି ଘଟଣାରେ ଛାତ୍ରୀଜଣକ ଗୁରୁତର ଆହତ ହୋଇଥିଲେ। ଘଟଣାଟି ସକାଳ ପ୍ରାୟ ୮ଟାରେ ଘଟିଥିଲା |

Advertisment

ମହିଳା ବଗିରେ ଚଢ଼ିବାକୁ ନେଇ ଯୁକ୍ତିତର୍କ ହୋଇଥିଲା
କୁହାଯାଉଛି ଯେ ଲୋକାଲ୍ ଟ୍ରେନ ଛାଡିବା ମାତ୍ରେ ୫୦ ବର୍ଷୀୟ ଶେଖ୍ ଅଖତର ନୱାଜ ମହିଳା ବଗିରେ ଚଢ଼ିଥିଲେ। ମହିଳାମାନେ ତାଙ୍କୁ ଓହ୍ଲାଇବାକୁ କହିବାରୁ ସେ ଯୁକ୍ତିତର୍କ କରିବାକୁ ଲାଗିଲେ। ଯୁକ୍ତିତର୍କ ବଢ଼ିବା ମାତ୍ରେ ଅଭିଯୁକ୍ତ ରାଗିଯାଇ ପଛରୁ ଜଣେ ଝିଅକୁ ଠେଲି ଦେଇଥିଲେ, ଯାହା ଫଳରେ ସେ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। କଲେଜ ଛାତ୍ରୀଙ୍କର ମୁଣ୍ଡ, ହାତ ଏବଂ ଗୋଡରେ ଗମ୍ଭୀର ଆଘାତ ଲାଗିଛି।

ଆହୁରି ପଢନ୍ତୁ: Poisonous Food:ବିଷ ମିଶା ଖାଦ୍ୟ ଖାଇ ମା’ ଓ ଦୁଇ ପୁଅ ମୃତ: ସନ୍ଦେହ ଘେରରେ ସଉତୁଣୀ

ଘଟଣା ପରେ, ସେ ତାଙ୍କ ବାପାଙ୍କୁ ଫୋନ୍ କରି ତାଙ୍କ ଆଘାତ ବିଷୟରେ ଜଣାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।

ଆହୁରି ପଢନ୍ତୁ: Criminal in Beggar Look: ମନ୍ଦିର ବାହାରେ ଭିକାରି ବେଶରେ ଭିକ ମାଗୁଥିଲା ହତ୍ୟାକାରୀ, ଏବେ ଧରିଲା ପୁଲିସ

ଖଣ୍ଡେଶ୍ୱର ଷ୍ଟେସନରେ ଓହ୍ଲାଇବା ପରେ ଅଭିଯୁକ୍ତ ଅଖତର ନୱାଜ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଯାତ୍ରୀମାନେ ତାଙ୍କୁ ଧରି ରେଳବାଇ ପୋଲିସକୁ ହସ୍ତାନ୍ତର କରିଥିଲେ। ପନଭେଲ ରେଳବାଇ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ଏବଂ ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ସେ ଜଣେ ମାନସିକ ରୋଗୀ |