ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ମା’ଓ ଦୁଇ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି  ଅନ୍ତର ସାହୁଙ୍କ ୫୨ ବର୍ଷ ବୟସ୍କା ପନ୍ନୀ ଗୋଲାପ ସାହୁ।  ତାଙ୍କ ସହିତ ୩୦ ବର୍ଷ  ବୟସ୍କ ପୁତ୍ର ପିଣ୍ଟୁ ସାହୁ ଓ ୨୪ ବର୍ଷ ବୟସ୍କ ଲିଟୁ ସାହୁଙ୍କର ମଧ୍ୟ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି।

Advertisment

ଅନୁଗୁଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି। ସୋମବାର  ସକାଳେ ଗୁରୁତର ଅବସ୍ଥାରେ ମା’ ଓ ଦୁଇ ପୁଅ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। 

ଆହୁରି ପଢ଼ନ୍ତୁ:Babu Singh: ବାଦଲ ଭାଇଙ୍କ ଲୋକ କଲ୍ୟାଣ କାର୍ଯ୍ୟ ସ୍ମରଣୀୟ ରହିବ: ବାବୁ ସିଂ

ରାତିରେ ଚିକେନ୍ ଭାତ-ପାଳଙ୍ଗ ଶାଗ ଖାଇଥିଲେ

ଗତକାଲି ରାତିରେ ମା’ଓ ଦୁଇ ପୁଅ ଚିକେନ୍ ଭାତ ଏବଂ ପାଳଙ୍ଗ ଶାଗ ଖାଇ ଶୋଇଥିଲେ। ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ। ଘରର ଅନ୍ୟ ସଦସ୍ୟ ଓ ପଡୋଶୀ ମିଶି ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।
 
ଏହାର କାରଣ ଜଣାପଡି ନଥିଲେ ମଧ୍ୟ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ତର ସାହୁଙ୍କର ଦୁଇଜଣ ପତ୍ନୀ। ଏହି କାର୍ଯ୍ୟ ସଉତୁଣୀଙ୍କର ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଗ୍ରାମବାସୀମାନଙ୍କ ସୁତ୍ରରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ:Engineering student dies: 'କ୍ଷମା କରିଦେବ ମମି ପାପା'; ଏଭଳି ଲେଖି ପରୀକ୍ଷା ଚାପ ପାଇଁ ଜୀବନ ହାରିଦେଲେ ଯୁବତୀ

ରିପୋର୍ଟ: ରବିନାରାୟଣ ବେହେରା, ଓଡ଼ାପଡ଼ା