ଭୁବନେଶ୍ବର: ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ବିଜୟ କୁମାର ମହାନ୍ତି (ବାଦଲ)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭୁବନେଶ୍ଵର ଏକାମ୍ର ନିର୍ବାଚନମଣ୍ଡଳୀର ବିଧାୟକ ବାବୁ ସିଂ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମୁଁ ବାଦଲ ଭାଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଲୋକ କଲ୍ୟାଣ ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ବାଦଲ ଭାଇଙ୍କର ଆତ୍ମିୟତା ସବୁଦିନ ପାଇଁ ମନେ ରହିବ ।
ପୂର୍ବତନ ବିଧାୟକ ବରିଷ୍ଠ ନେତା ବିଜୟ କୁମାର ମହାନ୍ତି(ବାଦଲ) ଭାଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଲୋକ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ବାଦଲ ଭାଇ ଙ୍କ ର ଆତ୍ମିୟତା ସବୁଦିନ ପାଇଁ ମନେ ରହିବ ।
— Babu Singh (@babusinghodisha) December 22, 2025
ଓଁ ଶାନ୍ତି🙏 pic.twitter.com/IczETzj47c
ଆହୁରି ପଢ଼ନ୍ତୁ:Rare Surgery:ଉପଖଣ୍ଡ ଚିକିତ୍ସାଳୟରେ ବିରଳ ସଫଳ ଅସ୍ତ୍ରୋପଚାର: ଆଣ୍ଠୁରୁ ବାହାରିଲା ସାଇକେଲ ବ୍ରେକ୍ ଖଣ୍ଡ
ବାଦଲ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ସୂଚନାଯୋଗ୍ୟ, ବିଜୟ ମହାନ୍ତିଙ୍କର ୨୦୨୪ ଡିସେମ୍ବର ୨୨ରେ ଦେହାନ୍ତ ହୋଇଥିଲା। ସେ ବିଜେଡି ଟିକେଟ୍ରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୯ ଏବଂ ୨୦୧୪ରେ ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ।
୧୯୮୨ରେ ସେ ଭୁବନେଶ୍ବର ଛାତ୍ର ଜନତା ଦଳର ସମ୍ପାଦକ ରହିଥିଲେ। ଏହା ପରେ ୧୯୮୮ରୁ ୧୯୯୨ ପର୍ଯ୍ୟନ୍ତ ସେ ଭୁବନେଶ୍ବର ବିଜେଡି ସଭାପତି ଥିଲେ। ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ବିଜେଡି ରାଜ୍ଯ ସମ୍ପାଦକ ଥିଲେ। ୧୯୯୮ରୁ ୨୦୦୦ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଓ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଥିଲେ ଓଡିଶା ଯୁବ ପରିଷଦର ସଭାପତି।
ଆହୁରି ପଢ଼ନ୍ତୁ:Potato Issue: ଆଳୁ ପାଇଁ ନିଲମ୍ବିତ ହେଲେ ୧୧ ପୁଲିସ କର୍ମଚାରୀ
ସେ ବିଧାୟକ ଥିବା ବେଳେ ବିଭିନ୍ନ କମିଟିର ସଦସ୍ଯ ଥିଲେ। ୨୦୦୯ ଏବଂ ୨୦୧୪ ମସିହାରେ ସେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/22/badal-bhais-work-for-peoples-welfare-will-be-remembered-2025-12-22-11-45-09.jpg)