ଗହଣା ବ୍ୟବସାୟୀଙ୍କୁ ମାଡ଼ ମାରି ୧୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କୁଜଙ୍ଗର ବିଶିଷ୍ଟ ସୁନା ଅଳଙ୍କାର ବ୍ୟବସାୟୀ ତଥା ଶାନ୍ତିଲତା ଜୁଏଲାରିର ମାଲିକ ସୁଶାନ୍ତ କୁମାର ସାହୁଙ୍କ ଠାରୁ ଗତକାଲି ରାତି ସାଢେ ନଅଟା ସମୟରେ ତିନିଜଣ ଦୁର୍ବୃତ୍ତ ମାଡ଼ମାରିବା ସହିତ ତାଙ୍କଠାରୁ ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟ୍ କରିନେଇଥିବା ଜଣାପଡ଼ିଛି।

zx

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗର ବିଶିଷ୍ଟ ସୁନା ଅଳଙ୍କାର ବ୍ୟବସାୟୀ ତଥା ଶାନ୍ତିଲତା ଜୁଏଲାରିର ମାଲିକ ସୁଶାନ୍ତ କୁମାର ସାହୁଙ୍କ ଠାରୁ ଗତକାଲି ରାତି ସାଢେ ନଅଟା ସମୟରେ ତିନିଜଣ ଦୁର୍ବୃତ୍ତ ମାଡ଼ମାରିବା ସହିତ ତାଙ୍କଠାରୁ ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟ୍ କରିନେଇଥିବା ଜଣାପଡ଼ିଛି। ଲୁଟର ଶିକାର ହେବାପରେ ବ୍ୟବସାୟୀ ଜଣକ କୁଜଙ୍ଗ ଥାନାକୁ ସୂଚନା ପ୍ରଦାନ କରିଥିଲେ। ପୁଲିସ ଏହି ଘଟଣାରେ ବ୍ୟବସାୟୀଙ୍କ ବୟାନ ରେକର୍ଡ କରିବା ସହିତ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । 
     

ପ୍ରକାଶଯେ, କୁଜଙ୍ଗ ବଜାରରେ ଶାନ୍ତିଲତା ଜୁଏଲାରି ସୁନା ଦୋକାନ ପରିଚାଳନା କରୁଥିବା ଜଣାଶୁଣା ବ୍ୟବସାୟୀ ତଥା ବାଗୋଇ ଗ୍ରାମର ସୁଶାନ୍ତ କୁମାର ସାହୁ ସବୁଦିନ ପରି ଆଜି ରାତି ପ୍ରାୟ ସାଢେ ନଅଟା ସମୟରେ ନିଜର ଦୋକାନ ବନ୍ଦକରି ଘର ଅଭିମୁଖେ ଯାଉଥିଲେ । କଟକ-ପାରାଦୀପ ରାଜ୍ୟରାଜପଥରୁ ବାଗୋଇ ଗ୍ରାମକୁ ସଂଯୋଗ କରୁଥିବା ଷଣ୍ଢପୁର-ବାଗୋଇ ରାସ୍ତାର ମଝି ରହିଥିବା ଏକ ଜୋର ପୋଲ ନିକଟରେ ପଛରୁ ଏକ ପଲସର ମୋଟର ସାଇକେଲ ଯୋଗେ ତିନିଜଣ ଦର୍ବୃତ୍ତ ତାଙ୍କ ଆକ୍ରମଣ କରିଥିଲେ । ଫଳରେ ସୁଶାନ୍ତ ତାଙ୍କ ମୋଟର ସାଇକେଲରୁ ଛିଟିକୁ ପଡ଼ିଯାଇଥିଲେ । ଏହି ସମୟରେ  ଲୁଟେରା ସୁଶାନ୍ତ ବେକରେ ପକାଇଥିବା ଦୁଇଟି ସୁନାଚେନ ଓ ଗୋଟିଏ ‌ବ୍ରେସ୍ଲେଟକୁ ଛଡାଇ ନେଇଯାଇଥିଲେ। ଏହି ଅଳଙ୍କାର ଓଜନ ପ୍ରାୟ ଦେଢଶହ ଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ଲୁଟେରା ତା୍କୁ ମାଡ଼ ମାରିବା ସହିତ ତାଙ୍କର ମୋବାଇଲ ଓ ଦୋକାନ ଚାବି ରହିଥିବା ବ୍ୟାଗକୁ ବି ଛଡାଇ ନେଇଯାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାରେ କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନ ତଦନ୍ତ ଚଳାଉଥିବା ଜଣାପଡ଼ିଛି। ତେବେ କୁଜଙ୍ଗ ଥାନା ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଏହି ଲୁଟ୍ ଘଟଣା ଘଟିଥିବାରୁ ଏବେ ଲୁଟେରାକୁ ଧରିବା ସହିତ ଲୁଟ ଅଳଙ୍କାର ଉଦ୍ଧାର କରିବା କୁଜଙ୍ଗ ପୁଲିସ ପାଇଁ ଏକ ଚ୍ୟାଳେଞ୍ଜ ହୋଇପଡ଼ିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe