Advertisment

Gold price drop:ରୁପା ୨୦ ହଜାର, ସୁନା ୧୩୪୦୦ କମିଲା

Advertisment

ଦେଶରେ ସୁନା ଓ ରୁପା ଦର ଲଗାତାର କମୁଛି। ଭୁବନେଶ୍ବର ବଜାରରେ ସୋମବାର କିଲୋଗ୍ରାମ ପିଛା ରୁପା ଦର ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ରହିଛି

ଦେଶରେ ସୁନା ଓ ରୁପା ଦର ଲଗାତାର କମୁଛି। ଭୁବନେଶ୍ବର ବଜାରରେ ସୋମବାର କିଲୋଗ୍ରାମ ପିଛା ରୁପା ଦର ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ରହିଛି

gold

ଭୁବନେଶ୍ବର: ଦେଶରେ ସୁନା ଓ ରୁପା ଦର ଲଗାତାର କମୁଛି। ଭୁବନେଶ୍ବର ବଜାରରେ ସୋମବାର କିଲୋଗ୍ରାମ ପିଛା ରୁପା ଦର ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ରହିଛି। ଗତ ଶୁକ୍ରବାରଠାରୁ ଆଜି ମଧ୍ୟରେ ରୁପା ଦର ୩ ଥରରେ ୧ ଲକ୍ଷ ୨୫ ହଜାର ଟଙ୍କା କମିଯାଇଛି। ଗତମାସ ୩୦ ତାରିଖରେ ରୁପା ୨୦ ହଜାର, ୩୧ ତାରିଖରେ ରେକର୍ଡ ୮୫ ହଜାର ଟଙ୍କା କମିଥିଲା।

ସେହିଭଳି ୨୪ କ୍ୟାରେଟ୍‌ ସୁନା ଦର ଆଜି ୧୦ ଗ୍ରାମ୍‌ ପିଛା ୧୩,୪୧୦ ଟଙ୍କା ହ୍ରାସ ପାଇଥିବାବେଳେ ୨୨ କ୍ୟାରେଟ୍‌ ସୁନା ଦର ୧୨,୩୦୦ ଟଙ୍କା ହ୍ରାସ ପାଇଛି। ଏଥି‌ଯୋଗୁ ଆଜି ଭୁବନେଶ୍ବର ବଜାରରେ ୨୪ ଓ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ଯଥାକ୍ରମେ ୧,୪୭,୧୭୦ ଟଙ୍କା ଏବଂ ୧,୩୪,୯୦୦ ଟଙ୍କାକୁ ଖସିଆସିଛି।

ରେକର୍ଡ ସ୍ତରରେ ପହଞ୍ଚିବା ପରେ ସୁନା ଓ ରୁପା ଦର ଲଗାତାର ହ୍ରାସ ପାଉଥିବାରୁ ଏହା ଗ୍ରାହକମାନଙ୍କୁ କିଛିମାତ୍ରାରେ ଆଶ୍ବସ୍ତ କରିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଜି ଆଉନ୍ସ ପିଛା ୭.୭ ପ୍ରତିଶତ ହ୍ରାସ ଘଟି ପ୍ରାୟ ୪୫୦୦ ଡଲାର ସ୍ତରରେ କାରବାର ହୋଇଛି। ସେହିଭଳି ରୁପା ଦର ମଧ୍ୟ ୧୪ ପ୍ରତିଶତ ହ୍ରାସ ପାଇ ୭୨ ଡଲାରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe