୯୫ ହଜାର ଟପିଲା ସୁନା ମୂଲ୍ୟ

ସୁନା ଦର ପୁଣି ଥରେ ଉପରମୁହାଁ ହୋଇଛି। ଶୁକ୍ରବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୮୫୦ ଟଙ୍କା ବୃଦ୍ଧି ପାଇ ୮୭,୪୫୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୯୫,୪୦୦ ଟଙ୍କା ହୋଇଛି।

Gold

ଭୁବନେଶ୍ବର: ସୁନା ଦର ପୁଣି ଥରେ ଉପରମୁହାଁ ହୋଇଛି। ଶୁକ୍ରବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୮୫୦ ଟଙ୍କା ବୃଦ୍ଧି ପାଇ ୮୭,୪୫୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୯୫,୪୦୦ ଟଙ୍କା ହୋଇଛି। ଗତ ତିନିଦିନରେ ସୁନା ମୂଲ୍ୟ ୫ ହଜାର ଟଙ୍କା ବଢ଼ିଛି। କେବଳ ସୁନା ନୁହେଁ, ଭୁବନେଶ୍ବରରେ ରୁପା ମଧ୍ୟ ମହଙ୍ଗା ହୋଇଛି। 

ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ଟାଳି ଦେଇଥିବାରୁ ବଜାରରେ ପୁଣି ଅନିଶ୍ଚିତତା ଦେଖାଦେଇଛି। ତାଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ, ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ଚୀନ୍ ଉପରେ ସେ ୧୨୫ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ତାହା ମଧ୍ୟ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଅନିଶ୍ଚିତତା ଲାଗି ପୁଣି ଥରେ ସୁନା ଓ ରୁପା ମହଙ୍ଗା ହେଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞଙ୍କ ମତରେ ବଣ୍ଡ୍‌ ବଜାର ହଠାତ୍‌ ଦୁର୍ବଳ ହୋଇପଡ଼ିବା ଏବଂ ଆମେରିକା ପ୍ରତିଭୂତି ଉପରେ ବିକ୍ରି ଚାପ ଯୋଗୁଁ ସୁନା ମହଙ୍ଗା ହୋଇଛି। ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଳବତ୍ତର ରହିଥିବାରୁ ନିବେଶକମାନେ ସୁନା ଭଳି ସୁରକ୍ଷିତ ନିବେଶ ଆଡ଼କୁ ମୁହାଁଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe