ଚୋରି ସୁନାଗହଣା ଜବତ, ୨ ଗିରଫ

Advertisment

ଇସ୍ପାତ ସହରରେ ରାତିରେ ଘରେ ପଶି ଆତଙ୍କ ଖେଳାଉଥିବା ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସେକ୍ଟର-୧୯ ପୁଲିସ ଗିରଫ କରିଛି। ସେମାନେ ହେଲେ ସେକ୍ଟର-୧୬, ଡି/୨୯୩ର ସୌଭାଗ୍ୟ ନାୟକ(୨୩) ଓ ଦଣ୍ଡିଆପାଲି ଅଞ୍ଚଳର ବିକି ଯାଦବ(୨୫)।

ଇସ୍ପାତ ସହରରେ ରାତିରେ ଘରେ ପଶି ଆତଙ୍କ ଖେଳାଉଥିବା ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସେକ୍ଟର-୧୯ ପୁଲିସ ଗିରଫ କରିଛି। ସେମାନେ ହେଲେ ସେକ୍ଟର-୧୬, ଡି/୨୯୩ର ସୌଭାଗ୍ୟ ନାୟକ(୨୩) ଓ ଦଣ୍ଡିଆପାଲି ଅଞ୍ଚଳର ବିକି ଯାଦବ(୨୫)।

88cb8d9c-14c8-402d-8472-9f7634ab94f8

ରାଉରକେଲା: ଇସ୍ପାତ ସହରରେ ରାତିରେ ଘରେ ପଶି ଆତଙ୍କ ଖେଳାଉଥିବା ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସେକ୍ଟର-୧୯ ପୁଲିସ ଗିରଫ କରିଛି। ସେମାନେ ହେଲେ ସେକ୍ଟର-୧୬, ଡି/୨୯୩ର ସୌଭାଗ୍ୟ ନାୟକ(୨୩) ଓ ଦଣ୍ଡିଆପାଲି ଅଞ୍ଚଳର ବିକି ଯାଦବ(୨୫)। ଉଭୟଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁଯା​ୟୀ, ଯୋଗେନ୍ଦ୍ରନାଥ ମାହାନ୍ତ ସେକ୍ଟର-୨୦ ଏ/୨୦୭ରେ ରହୁନ୍ତି।

ସେ ଏପ୍ରିଲ ୨୨ ତାରିଖରେ ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବାକୁ ଲହୁଣିପଡ଼ା ଥାନା ଅଧୀନସ୍ଥ ଟେଟେଙ୍ଗାଗିଳା ଯାଇଥିଲେ। ୨୩ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ଘରକୁ ଫେରି ଦେଖିଲେ ଛାତଭାଙ୍ଗି ସୁନା ଓ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଚୋରି ହୋଇଛି। ଗୋଟିଏ ସୁନାହାର, ୨ହଳ କାନଫୁଲ, ୨ଟି ସୁନାଚୁଡ଼ି, ଗୋଟିଏ ରୁପା ପାଉଁଜି ଚୋରି ହୋଇଥିବା ନେଇ ସେକ୍ଟର-୧୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ତନାଘନା ଆରମ୍ଭ କରିଥିଲେ ହେଁ ଅଭିଯୁକ୍ତମାନେ ମେ’ ୩୧ରେ ସେକ୍ଟର-୩ ଥାନା ଏବଂ ​ଜୁନ୍‌ ୨୩ରେ ସେକ୍ଟର-୧୫ ଥାନା ଅଞ୍ଚଳରେ ସମାନ ଢଙ୍ଗରେ ଘରେ ପଶି ଚୋରି କରିଥିଲେ। ଏହି ଦୁର୍ବୃତ୍ତଙ୍କୁ ଧରିବାକୁ ଜୋନ୍‌-୧ ଡିଏସ୍‌ପି ଯୋଗେଶ୍ବର ପଣ୍ଡା ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।

 ସମସ୍ତ ଯାନ୍ତ୍ରିକ ତଥ୍ୟ ସଂଗ୍ରହ କରି ପୁଲିସ ଦୁର୍ବୃତ୍ତଙ୍କୁ ଉଠାଇ ପଚରାଉଚରା କରିଥିଲା। ଉଭୟେ ସମସ୍ତ ଘଟଣା ଭିଆଇଥିବା ମାନିବା ପରେ କିଛି ଚୋରି ସୁନାକୁ ଡେଲିମାର୍କେଟ୍‌ସ୍ଥ ବଜାଜ ଫାଇନାନ୍ସରେ ଦେଇଥିବା କହିଥିଲେ। ପୁଲିସ ସୁନାହାର, ୨ଟି ସୁନା କାନଫୁଲ, ଗୋଟିଏ ସୁନାଚେନ୍‌ ଓ ଏକ ଟ୍ୟାବ୍‌ ଜବତ କରିଛି। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ସୌଭାଗ୍ୟ ନାଁରେ ସହରର ବିଭିନ୍ନ ଥାନାରେ ୨୩ ମାମଲା ରହିଛି। ସେହିପରି ବିକି ଯାଦବ ନାଁରେ ଏକାଧିକ ଥାନାରେ ୧୦ଟି ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe