ଭୁବନେଶ୍ବର: ଶନିବାର ଭୁବନେଶ୍ବରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୧୭୫୦ ଟଙ୍କା ବୃଦ୍ଧି ପାଇ ୧,୪୬,୦୦୦ ଟଙ୍କା ହୋଇଛି। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୧୯୧୦ ଟଙ୍କା ବଢ଼ି, ୧୫୯, ୨୮୦ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦାମ୍ ୨୦ହଜାର ଟଙ୍କା ବୃଦ୍ଧି ପାଇ ୨,୯୦,୦୦୦ ଟଙ୍କା ହୋଇଛି। ଗତ ତିନି ଦିନ ଧରି ସୁନା ଦର ଲାଗାତାର ଭାବେ ବଢ଼ୁଛି। ଏହି ସମୟରେ ୨୨ କ୍ୟାରେଟ୍ ସୁନା ୪୬୫୦ ଟଙ୍କା ବଢ଼ିଛି। ୨୪ କ୍ୟାରେଟ୍ ସୁନା ସେହି ସମୟରେ ୫୦୮୦ ଟଙ୍କା ମହଙ୍ଗା ହୋଇଛି। ଏହି ତିନି ଦିନରେ ରୁପା କେଜି ମଧ୍ୟ ୩୦ ହଜାର ଟଙ୍କା ବଢ଼ିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶରେ ଉପରେ ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ଓ ସଙ୍ଗେ ସଙ୍ଗେ ଟ୍ରମ୍ପ ଆଉ ୧୦ ପ୍ରତିଶତ ଶୁଳ୍କ ଲଗାଇବା ଅନ୍ତର୍ଜାତୀୟ ବାଣିଜ୍ୟ ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର କରିଛି।
ରପ୍ତାନିକାରୀମାନେ ଦ୍ବନ୍ଦ୍ବରେ ପଡ଼ିଯାଇଛି। ଆମେରିକା ସୁପ୍ରିମକୋର୍ଟଙ୍କ ରାୟର ପ୍ରଭାବକୁ ବିଭିନ୍ନ ଦେଶ ଅନୁଧ୍ୟାନ କରୁଥିବା ବେଳେ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ସୁନା ମହଙ୍ଗା ହେଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
Follow Us