ରାଉରକେଲା: ଚକ୍ରଧରପୁର ରେଳମଣ୍ଡଳରେ ଏତେ ରେଳ ଦୁର୍ଘଟଣା ଘଟୁଛି ଯେ ସ୍ଥାନୀୟ ରେଳବାଇ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଏଡ଼ାଇବା ପାଇଁ ଦୁର୍ଘଟଣା ଲୁଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏମିତି ଏକ ଘଟଣା ଶୁକ୍ରବାର ଦିନ ବନ୍ଧମୁଣ୍ଡାରେ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ପାଞ୍ଚଟାବେଳେ ବନ୍ଧମୁଣ୍ଡା ରେଳବାଇ ୟାର୍ଡର ପଏଣ୍ଟ ନମ୍ବର ୧୭ ନିକଟରେ ଗୋଟିଏ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।
ରେଳୟାର୍ଡରେ ଟ୍ରେନ ସଣ୍ଟିଂ ହେଉଥିବାବେଳେ ରେଳବାଇ କର୍ମଚାରୀଙ୍କ ଦ୍ଵାରା ଷ୍ଟିକ୍ ବ୍ରେକ୍ର ବ୍ୟବହାର କରାଯାଇ ନ ଥିବା ଯୋଗୁ ଟ୍ରେନ୍ଟି ରୋଲିଂ ହୋଇ ଯାଇଥିଲା। କିନ୍ତୁ ଘଟଣାଟିକୁ ଲୁଚାଇବା ପାଇଁ ଟ୍ରେନ୍ ଦୁର୍ଘଟଣା ପରେ ହୁଟର୍ ବଜାଇବା ପାଇଁ ମନା କରି ଦିଆ ଯାଇଥିଲା। ସ୍ଥାନୀୟ ରେଳବାଇ ଅଧିକାରୀଙ୍କ ମୌଖିକ ନିର୍ଦେଶ କ୍ରମେ ଲାଇନଚ୍ୟୁତ କୋଚ ଗୁଡ଼ିକୁ ପୁନର୍ବାର ଟ୍ରାକକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା, ଯାହା ନିୟମ ବିରୋଧୀ। ଯଦି ଉଦ୍ଧାର କାର୍ଯ୍ୟ ସମୟରେ କୌଣସି ଦୁର୍ଘଟଣା ଘଟିଥାନ୍ତା, ତେବେ ଏହାର ଦାୟିତ୍ୱ କିଏ ନେଇଥାନ୍ତେ? ଏ ବାବଦରେ ବନ୍ଧମୁଣ୍ଡା ରେଳବାଇ ଏଆର୍ଏମ୍ ସମୀର ସୌରଭଙ୍କୁ ପଚରିବାରୁ ସେ ଟ୍ରେନ୍ ଦୁର୍ଘଟଣାର ସତ୍ୟତାକୁ ସ୍ୱୀକାର କଲେ। କିନ୍ତୁ ସେ ରେଳମଣ୍ଡଳର ବରିଷ୍ଠ ଅଧିକାରୀଙ୍କଠାରୁ ଘଟଣା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ପରାମର୍ଶ ଦେଇଥିଲେ।
ସୂତ୍ରରୁ ଜଣାପଡ଼ିଛି ଯେ ରେଳୟାର୍ଡରେ ଟ୍ରେନ ସଣ୍ଟିଂ ହେଉଥିବାବେଳେ ରେଳବାଇ କର୍ମଚାରୀଙ୍କ ଦ୍ଵାରା ଷ୍ଟିକ୍ ବ୍ରେକ୍ର ବ୍ୟବହାର କରାଯାଇ ନ ଥିବା ଯୋଗୁ ଟ୍ରେନ୍ଟି ରୋଲିଂ ହୋଇ ଯାଇଥିଲା। କିନ୍ତୁ ଘଟଣାଟିକୁ ଲୁଚାଇବା ପାଇଁ ଟ୍ରେନ୍ ଦୁର୍ଘଟଣା ପରେ ହୁଟର୍ ବଜାଇବା ପାଇଁ ମନା କରି ଦିଆ ଯାଇଥିଲା। ସ୍ଥାନୀୟ ରେଳବାଇ ଅଧିକାରୀଙ୍କ ମୌଖିକ ନିର୍ଦେଶ କ୍ରମେ ଲାଇନଚ୍ୟୁତ କୋଚ ଗୁଡ଼ିକୁ ପୁନର୍ବାର ଟ୍ରାକକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା, ଯାହା ନିୟମ ବିରୋଧୀ। ଯଦି ଉଦ୍ଧାର କାର୍ଯ୍ୟ ସମୟରେ କୌଣସି ଦୁର୍ଘଟଣା ଘଟିଥାନ୍ତା, ତେବେ ଏହାର ଦାୟିତ୍ୱ କିଏ ନେଇଥାନ୍ତେ? ଏ ବାବଦରେ ବନ୍ଧମୁଣ୍ଡା ରେଳବାଇ ଏଆର୍ଏମ୍ ସମୀର ସୌରଭଙ୍କୁ ପଚରିବାରୁ ସେ ଟ୍ରେନ୍ ଦୁର୍ଘଟଣାର ସତ୍ୟତାକୁ ସ୍ୱୀକାର କଲେ। କିନ୍ତୁ ସେ ରେଳମଣ୍ଡଳର ବରିଷ୍ଠ ଅଧିକାରୀଙ୍କଠାରୁ ଘଟଣା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ପରାମର୍ଶ ଦେଇଥିଲେ।
Follow Us