ନୂଆଦିଲ୍ଲୀ: ଗୁଗୁଲ୍ ନିଜ ଖାସ ଅନ୍ଦାଜରେ ପ୍ରସିଦ୍ଧ ପାର୍ସି କବି, ଗଣିତଜ୍ଞ, ଦାର୍ଶନିକ ଓମର ଖେୟାମଙ୍କ ଜନ୍ମଦିନ ପାଳନ କରୁଛି । ମେ ୧୮ ୧୦୪୮ରେ ସେ ଉତ୍ତର-ପୂର୍ବ ଇରାନରେ ଜନ୍ମଗ୍ରହଣ କରିଥିଲେ। ଖେୟାମ ଗଣିତ ଓ ବିଜ୍ଞାନରେ ବହୁ ଉଲ୍ଲେଖନୀୟ ଅନୁସନ୍ଧାନ କରିଥିଲେ। ଖେୟାମ ହେଉଛନ୍ତି ଏଭଳି ପ୍ରଥମ ବ୍ୟକ୍ତି ଯିଏ କି ଘନ ସମୀକରଣକୁ ସମାଧାନ କରିବା ପାଇଁ ଉପାୟ ବାହାର କରିଥିଲେ। ସେ କୋଣ ବିଛେଦନ ସହ ଜଡିତ ଥିବା ଜ୍ୟାମିତି ସୂତ୍ର ମଧ୍ୟ ଉଦ୍ଭାବନ କରିଥିଲେ।
The Statesmanସେହିପରି ସୋଲାର କ୍ୟାଲେଣ୍ଡରର ସ୍ରଷ୍ଟା ହେଉଛନ୍ତି ଖେୟାମ। ଏହି କ୍ୟାଲେଣ୍ଡର ମାଧ୍ୟମରେ ୩୩ ବର୍ଷ ପାଇଁ ଦିନ,ସପ୍ତାହ, ତାରିଖ ବାବଦରେ ଜାଣିହେଉଥିଲା। ଏହାକୁ ଆଧାର କରି ପରେ ବହୁ କ୍ୟାଲେଣ୍ଡର ସୃଷ୍ଟି କରାଯାଇଥିଲା। କେବଳ ଗଣିତ ଶାସ୍ତ୍ରରେ ବିଜ୍ଞ ନଥିଲେ ଖେୟାମ ବରଂ ସାହିତ୍ୟ ଓ କବିତା ସୃଷ୍ଟିରେ ବି ସେ ସ୍ୱତନ୍ତ୍ର ରୁଚି ରଖିଥିଲେ। ବୀଜଗଣିତ ସମ୍ଭନ୍ଧରେ ଜ୍ଞାତବ୍ୟ ତଥ୍ୟ ଥିବା ପୁସ୍ତକ ମଧ୍ୟ ରଚନା କରିଥିଲେ ସେ। ଡିସେମ୍ବର ୪ ତାରିଖ ୧୧୩୧ ମସିହାରେ ତାଙ୍କର ନିଧନ ହୋଇଥିଲା।
Follow Us