Groom Missing: ଚତୁର୍ଥୀ ଦିନ ଘର ଛାଡି ଚାଲିଗଲେ ବର, ୫ ଦିନ ପରେ ହରିଦ୍ବାରରୁ ହେଲେ ଉଦ୍ଧାର

ପରିବାରର ସହମତିରେ ବାହାଘର ବଡ ଧୁମଧାମରେ ସରିଲା। ବାହାହୋଇ ପୁଅ ବୋହୂ ଘରକୁ ଫେରିଲେ। କିନ୍ତୁ ହଠାତ ଚତୁର୍ଥୀ ଦିନ ନବବଧୂକୁ ଛାଡି ଘରୁ ଚାଲିଗଲେ ବର। ହଠାତ ବର ଘରୁ କେଉଁଆଡେ ଚାଲିଯିବା କଥା ଶୁଣି ଘରଲୋକ ପୁରା ତାଜୁବ ହୋଇଯାଇଥିଲେ।

95055465-6292-4c43-968b-3136871f3594

Groom Missing Photograph: (Photo-AAJTAK)

ନୂଆଦିଲ୍ଲୀ: ପରିବାରର ସହମତିରେ ବାହାଘର ବଡ ଧୁମଧାମରେ ସରିଲା। ବାହାହୋଇ ପୁଅ ବୋହୂ ଘରକୁ ଫେରିଲେ। କିନ୍ତୁ ହଠାତ ଚତୁର୍ଥୀ ଦିନ ନବବଧୂକୁ ଛାଡି ଘରୁ ଚାଲିଗଲେ ବର। ହଠାତ ବର ଘରୁ କେଉଁଆଡେ ଚାଲିଯିବା କଥା ଶୁଣି ଘରଲୋକ ପୁରା ତାଜୁବ ହୋଇଯାଇଥିଲେ। ଘର ଲୋକ ପୁଅକୁ ଖୋଜିବା ପାଇଁ ପୋଲିସର ସହାୟତା ନେଇଥିଲେ। ପରେ ପୋଲିସ ତାଙ୍କୁ ଖୋଜିବା ପାଇଁ ପ୍ରୟାସ କରି ତାଙ୍କୁ ୫ ଦିନପରେ ହରିଦ୍ବାର ନିକଟରୁ ଉଦ୍ଧାର କରିଥିଲା। 

କଣ ପାଇଁ ଘର ଛାଡି ଚାଲିଯାଇଥିଲେ ବର?
ମୋହସିନଙ୍କର ଗତ ସପ୍ତାହରେ ମୁଜାଫରନଗରର ଖତୌଲିରେ ବିବାହ ହୋଇଥିଲା। ବିବାହ ରାତିରେ କୋଠରୀରେ ଅତ୍ୟଧିକ ଆଲୋକ ହେବାପାଇଁ ମୋହସିନ ଏକ ଛୋଟ ବଲ୍ ଆଣି କୋଠରୀରେ ଲଗାଇବାକୁ କହିଥିଲେ। ବଲ୍ ଆଣିବା ବାହାନାରେ ମୋହସିନ କୋଠରୀ ଛାଡି ଚାଲିଯାଇ ଆଉ ଫେରିଲେ ନାହିଁ। ରାତିସାରା ନବବଧୂ ଏବଂ ତାଙ୍କ  ପରିବାର ତାଙ୍କୁ ଅପେକ୍ଷା କରି ରହିଥିଲେ। ମୋହସିନଙ୍କ ଏପରି ହଠାତ ନିଖୋଜ ହେବା ଘଟଣା ପରିବାରର ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିବା ସହ ପରିବାର ଲୋକ ଚିନ୍ତିତ ହୋଇପଡିଥିଲେ। ପରଦିନ ମୋହସିନଙ୍କ ଭଉଣୀମାନଙ୍କ ବିବାହ ଥିବାବେଳେ,ତାଙ୍କ ବିନା ଏହି ବିବାହ ଅନୁଷ୍ଠିତ ହୋଇଥିଲା। 

ଆହୁରି ପଢନ୍ତୁ: Statement Urban Development Minister କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର

ନିଜେ କହିଲେ ନିଜ ଠିକଣା 
ମୋହସିନ ନିଖୋଜ ହେବାପରେ ପରିବାର ଲୋକେ ସେ କେନାଲରେ ବୁଡିଯାଇଥିବା ସନ୍ଦେହ କରି ବୁଡାଳିମାନଙ୍କ ଦ୍ବାରା କେନାଲରେ ଖୋଜାଖୋଜି କରିଥିଲେ। ମାତ୍ର ସେଠାରେ ତାଙ୍କର କୌଣସି ଖବର ମିଳିନଥିଲା। ପରେ ସୋମବାର ଦିନ ମୋହସିନ ନିଜେ ଫୋନ କରି ନିଜର ଠିକଣା କହିଥିଲେ। ସେ ନିଜ ଠିକଣାରେ ହରିଦ୍ବାରରେ ଥିବା କଥା କହିଥିଲେ। ପରେ ପରିବାର ଲୋକେ ପୋଲିସଙ୍କୁ ଏ ସଂପର୍କରେ ଜଣାଇବା ପରେ, ପୋଲିସ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବରେ ହରିଦ୍ବାରରୁ ଉଦ୍ଧାର କରିଥିଲେ ।

ଆହୁରି ପଢନ୍ତୁ: 35 Students Hospitalised ପିଏମଶ୍ରୀ ବିଦ୍ୟାଳୟର ୪୧  ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ, ୩୫ ଡାକ୍ତରଖାନାରେ ଭର୍ତ୍ତି

ପ୍ରତିକ୍ରିୟାରେ କଣ କହିଥିଲେ ମୋହସିନ?
ପୋଲିସ ପଚରାଉଚରା ସମୟରେ ମୋହସିନ ପ୍ରକାଶ କରିଥିଲେ ଯେ, ମୋହସିନ ତାଙ୍କ ସ୍ତ୍ରୀଙ୍କ ସମ୍ମୁଖରେ ଅସହଜ ହୋଇଯାଇଥିଲେ । ଏହାସହ ମାନସିକ ଚାପ ଯୋଗୁଁ ସେ ଘରୁ ପଳାଇ ଆସିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe