ପୂଜା ଆଗରୁ ମୋଦୀ ସରକାରଙ୍କ ଭେଟି, ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ: କମିଲା ଜିଏସଟି ହାର

Advertisment

ଜିଏସଟି ପରିଷଦର ୫୬ତମ ବୈଠକରେ ଆଜି ବହୁତ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବକୁ ହ୍ରାସ କରି କେବଳ ଦୁଇଟି କରାଯାଇଛି।

ଜିଏସଟି ପରିଷଦର ୫୬ତମ ବୈଠକରେ ଆଜି ବହୁତ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବକୁ ହ୍ରାସ କରି କେବଳ ଦୁଇଟି କରାଯାଇଛି।

GST

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଆଜି ବହୁତ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବକୁ ହ୍ରାସ କରି କେବଳ ଦୁଇଟି କରାଯାଇଛି। ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ | ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର | ଏହି ନୂତନ ସ୍ଲାବ ଆସନ୍ତା ୨୨ ତାରିଖରୁ ଲାଗୁ ହେବ | ବିଶେଷ କରି ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦% ସ୍ଲାବ୍ ଲାଗୁ ହୋଇଥିବାବେଳେ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ | 

ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ଏହି ସଂସ୍କାର କରାଯାଇଛି। ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଲାଗୁ ହୋଇଥିବା ପ୍ରତ୍ୟେକ ଟିକସର ସମୀକ୍ଷା କରାଯାଇଛି ଏବଂ ଅଧିକାଂଶ କ୍ଷେତ୍ରରେ ହାରକୁ ବ୍ୟାପକ ଭାବରେ ହ୍ରାସ କରାଯାଇଛି। ଏଥିରେ ଚାଷୀ ଏବଂ କୃଷି କ୍ଷେତ୍ର ସହିତ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଉପକୃତ ହେବେ। ବିଶେଷ କରି ରୁଟି, ପରଟା, ଛେନା ପନିର ଉପରେ କୌଣସି ଟିକସ ରହିବ ନାହିଁ। ପାସ୍ତା, ଚକୋଲେଟ, କଫି ଉପରେ ୧୮% ବଦଳରେ ୫% ଟିକସ ଲାଗୁ ହେବ। ଏୟାର କଣ୍ଡିସନର, ଟିଭି, ଛୋଟ କାର ଏବଂ ମୋଟରସାଇକେଲ ଉପରେ ୧୮% ଟିକସ ଲାଗୁ ହେବ। 

ସେହିପରି ଯେଉଁ ସାମଗ୍ରୀ ଉପରେ ଜିଏସ୍ଟି ୫%କୁ ହ୍ରାସ କରାଯାଇଛି ସେଗୁଡ଼ିକ ମଧ୍ୟରେ କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ଘରର ସାମଗ୍ରୀ, ନମକିନ, ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଅନ୍ତର୍ଭୁକ୍ତ।

ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ମଧ୍ୟମ ଆକାରର ଏବଂ ବଡ଼ କାର, ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତାର ମୋଟରସାଇକେଲ, ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ- ହେଲିକପ୍ଟରରେ ୪୦% ଟିକସ ଲାଗିବ | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ଏକ ସ୍ୱତନ୍ତ୍ର ହାର ଅଛି ଯାହା ୪୦%। ପ୍ରାୟ ସମସ୍ତ ସାମଗ୍ରୀ ୧୮% ରୁ ୫% ମଧ୍ୟରେ ରହିଛି। ଗୋଟିଏ ସ୍ୱତନ୍ତ୍ର ହାର ଅଛି ଯାହା  ପାନ ମସଲା, ସିଗାରେଟ୍, ଗୁଟକା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଯେପରିକି  ଜର୍ଦ୍ଦା ଏବଂ ବିଡ଼ି ପାଇଁ ଲାଗୁ ହେବ।"

(ଏହି ଖବରଟି ଅପଡେଟ ହେଉଛି)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe