ନୂଆଦିଲ୍ଲୀ: ଗୁନାରେ ମହାଭାରତ କାଲିନ ପ୍ରାଚୀନ ହନୁମାନ ଟେକରି ମନ୍ଦିରରେ ଚୋରି ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ୬ଜଣ ଦୁର୍ବୃତ୍ତ ଥିବା ଏକ ଦଳ ମନ୍ଦିରର ସୁରକ୍ଷାକର୍ମୀଙ୍କୁ ବାନ୍ଧି ଦେଇ ମନ୍ଦିରରରୁ ସମସ୍ତ ଅଳଙ୍କାର ଚୋରି କରି ନେଇଥିଲେ। ଦୁର୍ବୃତ୍ତମାନେ ବାନ୍ଧିଥିବା ସୁରକ୍ଷାକର୍ମୀଙ୍କ ନାମ ଶିଶୁପାଳ ବୋଲି ଜଣାପଡ଼ିଛି।
ମନ୍ଦିରରେ ହୋଇଥିବା ଲୁଟର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଜଣେ ଦୁର୍ବୃତ୍ତ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବା ପରେ ଅଳଙ୍କାର ଚୋରି କରୁଛି। ଦ୍ବିତୀୟ ଚୋର ଜଣକ ହାତରେ କଟର ନେଇ ଯାଉଛି। ଏହାପରେ ଅଳଙ୍କାରକୁ କାଟି ବାହାର କରୁଛନ୍ତି। ତେବେ ଏହା ପ୍ରଥମ ଘଟଣ ନୁହେଁ ଏହା ପୂର୍ବରୁ ଏହି ହନୁମାନ ମନ୍ଦିରରେ ଚାରିଥର ଚୋରି ହୋଇ ସାରିଲାଣି। ତେଣୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକେ ପୁଲିସ ବିରୋଧରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ଏହି ଚୋରି ଘଟଣାର ଅଭିଯୋଗ ହେବାପରେ ପୁଲିସ ସିସିଟିଭି ଫୁଟେଜକୁ ଜବତର କରିଛି। ଏହାରି ମାଧ୍ୟମରେ ଚୋରି ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ଚୋରଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ପ୍ରଣାମ ଜଣାଇ ପ୍ରଭୁ ହନୁମାନଙ୍କ ଅଳଙ୍କାର ଚୋରି କରି ନେଇଗଲେ ଚୋର
Advertisment
Follow Us