ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ପରାଜିତ

Advertisment
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ପରାଜିତ

ଡେରାଡୁନ: ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି। ଏଣେ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି। ଏହା ଭିତରେ ସବୁଠାରୁ ବଡ଼ ଖବର ହେଲା ଯେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି। ବିଜେପିର ମୋହନ ସିଂ ବିଶ୍ୱ ତାଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଛନ୍ତି।
ଏଣେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ୨ ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି ନେଇଛନ୍ତି। ମନ୍ତ୍ରିମଣ୍ଡଳ ୩ ମନ୍ତ୍ରୀ ବଂଶୀଧର ଭଗତ, ଡାକ୍ତର ଧନସିଂ ରାୱତ ଓ ସୁବୋଧ ଉନିୟାଲ ବି ପଛୁଆ ଥିବା ଜଣାଯାଇଛି।

ତାଜା ତଥ୍ୟ ଅନୁଯାୟୀ,  ଉତ୍ତରାଖଣ୍ଡରେ ବିଜେପି ୭୦ରୁ ୪୩ଟି ଆସନରେ ଆଗୁଆ ରହିଛି। ତେଣେ କଂଗ୍ରେସ  ୨୪ଟି, ବହୁଜନ ସମାଜ ପାର୍ଟି ୧ଟି ଓ ଅନ୍ୟମାନେ ୨ଟି ଆସନରେ ଆଗୁଆ ରହିଛନ୍ତି।
୭୦ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନ ପାଇଁ ଭୋଟ୍ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇ ଏବେ ବି ଜାରି ରହିଛି।
ସୋମବାର କେତେକ ଏକଜିଟ୍ ପୋଲରେ ଉତ୍ତରାଖଣ୍ଡରେ ବିଜେପି ପୁଣି ସରକାର ଗଠନ କରିବ ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe