୯/୧୧ରୁ ମିଳିଥିବା ଶିକ୍ଷା ଭୁଲିନାହୁଁ, ପାକିସ୍ତାନ ଆତଙ୍କବାଦୀ ପାଳନ ବନ୍ଦ କରିବା ଉଚିତ

Advertisment
୯/୧୧ରୁ ମିଳିଥିବା ଶିକ୍ଷା ଭୁଲିନାହୁଁ, ପାକିସ୍ତାନ ଆତଙ୍କବାଦୀ ପାଳନ ବନ୍ଦ କରିବା ଉଚିତ

ଓ୍ଵାସିଂଟନ୍‌: ପାକିସ୍ତାନକୁ ଆଉ ଏକ ଚେତାବନୀ ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ ଇସ୍‌ଲାମାବାଦକୁ ତା’ ଦେଶରେ ଆତଙ୍କବାଦୀ ପାଳନ ବନ୍ଦ କରି ଆତଙ୍କବାଦର ଭୟ ଦମନ କରିବାକୁ ଅଧିକ କାମ କରିବାକୁ କହିଛନ୍ତି। ନ୍ୟୁୟର୍କରେ ୯/୧୧ର ଆତଙ୍କବାଦୀ ଆକ୍ରମଣରୁ ପ୍ରାପ୍ତ ଦୁଃଖଦ ଶିକ୍ଷାକୁ ତାଙ୍କ ଦେଶ ଭୁଲି ପାରିନାହିଁ ବୋଲି ସେ ସ୍ମରଣକରାଇ ଦେଇଛନ୍ତି।

ଶୁକ୍ରବାର ଦିନ ଫକ୍ସ୍‍ ଆଣ୍ଡ୍‌ ଫ୍ରେଣ୍ଡ୍‌ସ୍‌ର ବ୍ରିଏନ୍‌ କିଲ୍‌ମିଡ୍‌ କଥାବାର୍ତ୍ତା ବେଳେ ସେ ଏ କଥା କହିଥିଲେ।

ନିକଟରେ ପୁଲ୍‌ଓ୍ଵାମାା ଆକ୍ରମଣ ପେର ଭାରତ ପାକିସ୍ତନା ସଂକ୍ରାନ୍ତ ବିବାଦ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ପାକିସ୍ତାନରୁ ପ୍ରେରିତ ଆତଙ୍କବାଦୀଙ୍କ ଯୋଗୁଁ ଭାରତର ଯାହା ହେଲା ଆମେ ଦେଖିଲୁ।

ପାକିସ୍ତାନୀମାନେ ଆଗେଇ ଆସିବା ଆମେ ଚାହୁଁ। ସେମାନେ ଆତଙ୍କବାଦୀ ପାଳନ ବନ୍ଦ କରିବା ଉଚିତ।

ଶୀର୍ଷସ୍ତରୀୟ ଯୁକ୍ତରାଷ୍ଟ୍ର ଆମେରିକୀୟ ଅଧିକାରୀ କହିଛନ୍ତି ଯେ ପୂର୍ବର କୌଣସି ସରକାର ନେଇ ନ ଥିବା କଠୋର ପଦକ୍ଷେପ ଆମେ ପାକିସ୍ତାନ ବିରୋଧରେ ଗ୍ରହଣ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe