ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଭାବପ୍ରବଣ ଟ୍ଵିଟ୍‌ ଲେଖିଲେ ରାହୁଲ, ସେ ମୋତେ ସମସ୍ତଙ୍କୁ କ୍ଷମା ଦେବାକୁ ଶିଖାଇଛନ୍ତି

Advertisment
ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଭାବପ୍ରବଣ ଟ୍ଵିଟ୍‌ ଲେଖିଲେ ରାହୁଲ, ସେ ମୋତେ ସମସ୍ତଙ୍କୁ କ୍ଷମା ଦେବାକୁ ଶିଖାଇଛନ୍ତି

(Image: PTI)

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାଙ୍କର ୨୮ତମ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲଙ୍କ ସହ ୟୁପିଏ ଅଧ୍ୟକ୍ଷା ତଥା ମାଆ ସୋନିଆ ଗାନ୍ଧୀ ଓ କଂଗ୍ରେସର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ।

ଏକ ଟ୍ଵିଟ୍‌ ଜରିଆରେ ରାହୁଲ ତାଙ୍କ ବାପାଙ୍କୁ ମନେ ପକାଇଛନ୍ତି। ରାହୁଲ କହିଛନ୍ତି କି ସେ ତାଙ୍କ ବାପାଙ୍କ ପାଖରୁ ହିଁ କ୍ଷମାଶୀଳ ସ୍ୱଭାବ ଆଣିଛନ୍ତି। କାହାକୁ ଘୃଣା ନ କରିବା ପାଇଁ ସେ ବାପାଙ୍କ ନିକଟରୁ ହିଁ ଶିଖିଛନ୍ତି।

ସେ ଲେଖିଛନ୍ତି, ‘ମୋ ବାପା ଜଣେ ଭଦ୍ର, ସ୍ନେହୀ ଓ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ। ସମସ୍ତଙ୍କୁ ଭଲପାଇବା ଓ ସମ୍ମାନ ଦେବାକୁ ସେ ମୋତେ ଶିକ୍ଷା ଦେଇଛନ୍ତି। କାହାକୁ ଘୃଣା ନ କରିବାକୁ ଓ ସମସ୍ତଙ୍କୁ କ୍ଷମା କରିବାକୁ ସେ ମୋତେ ଶିଖାଇଛନ୍ତି। ମୁଁ ତାଙ୍କୁ ଖୁବ୍‌ ମନେ ପକାଉଛି। ଆଜି ତାଙ୍କ ମୃତ୍ୟୁ ବାର୍ଷିକୀରେ ମୁଁ ମୋ ବାପା ଓ ତାଙ୍କ ଭଲପାଇବାକୁ ଝୁରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe