ଜମ୍ମୁ: ଗତକାଲି ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜମ୍ମୁ ମଧ୍ୟ ସାମିଲ୍ ଥିଲା। ତେବେ ଜମ୍ମୁର ଗାନ୍ଧୀନଗରଠାରେ ୨ ଜଣ ସିଆର୍ପିଏଫ୍ ଯବାନଙ୍କ ମଣିଷ ପଣିିଆ ଏବେ ବେଶ୍ ଚର୍ଚ୍ଚା ପାଲଟିଛି। ନିଜର ନାଗରିକ ଦାୟିତ୍ୱ ନିଭାଇବାକୁ ଯାଉଥିବା ୮୩ ବର୍ଷୀୟା ବୃଦ୍ଧାଙ୍କୁ ମହିଳା ସିଆର୍ପିଏଫ୍ ଯବାନ ଦ୍ୱୟ ଯେଉଁଭଳି ଯତ୍ନର ସହ ତାଙ୍କ ହାତ ଧରି ବାଟ କଢ଼େଇ ନେଉଛନ୍ତି ତାହା ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ବୃଦ୍ଧାଙ୍କ ହାତ ଧରି ବାଟ କଢ଼େଇ ନେବା ସହ ‘ଧୀରେ ଧୀରେ ଆସନ୍ତୁ’ ବୋଲି କହୁଥିବାର ଶୁଣିବାକୁ ମିଳିିଛି।
ଏହି ଦୁଇ ସିଆର୍ପିଏଫ୍ ଯବାନଙ୍କ ସେବା ମନୋଭାବ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ସୋସିଆଲ୍ ମିଡିଆରେ ବହୁ ଗ୍ରହଣୀୟତା ମିଳିଛି। ଏବେ ଟ୍ଵିଟର୍ ବ୍ୟବହାରକାରୀମାନେ ଏହି ଭିଡିଓଟିକୁ ସେମାନଙ୍କ ଆକାଉଣ୍ଟ୍ରେ ସେୟାର୍ କରି ଦୁଇ ଯବାନଙ୍କର ଖୁବ୍ ପ୍ରଶଂସା କରିଛନ୍ତି।
Follow Us