ଚାଲିଛି ମତଦାନ: ଏହି ସବୁ ଜଣାଶୁଣା ରାଜନେତା ଦେଇ ସାରିଲେଣି ଭୋଟ୍‌

Advertisment
ଚାଲିଛି ମତଦାନ: ଏହି ସବୁ ଜଣାଶୁଣା ରାଜନେତା ଦେଇ ସାରିଲେଣି ଭୋଟ୍‌

Zee News

ନୂଆଦିଲ୍ଳୀ: ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ବହୁ ହେବିଓଏଟ୍‌ ନେତାମାନେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍‌ ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହେବିଓଏଟ୍‌ମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଅହମ୍ମଦାବାଦ୍‌ସ୍ଥିତ ରନିପଠାରୁୁ ଭୋଟ୍‌ ଦେଇଛନ୍ତି।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀର ୧୧୨ ନମ୍ବର ବୁଥ୍‌ରୁ ନିଜର ମତଦାନ କରିଛନ୍ତି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ତାଙ୍କ ପତ୍ନୀ ଗୁଜୁରାଟର ଅହମ୍ମଦାବାଦ୍‌ସ୍ଥିତ ନରନପୁର ସବ୍‌-ଜୋନାଲ୍‌ ଅଫିସ୍‌ରୁ ମତଦାନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରଠାରୁ ଭୋଟ୍‌ ଦେଇଥିବାର ଦେଖିବାକୁ ମିଳିଛନ୍ତି।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳୀ ରାଜକୋଟର ଅନୀଲ ଜ୍ଞାନ ମନ୍ଦିର ସ୍କୁଲ୍‌ରେ ନିଜର ମତଦାନ କରିଛନ୍ତି।

ପୂର୍ବତନ ଆଇଏଏସ୍‌ ଅଧିକାରୀ ତଥା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍‌ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe