ଘଣ୍ଟାଏ ବର୍ଷା : ୩ ବସ୍ତିରେ ପଶିଲା ପାଣି, ସ୍ଥାନୀୟବାସିନ୍ଦାଙ୍କ ରାସ୍ତାରୋକୋ

Advertisment

ମାତ୍ର ଘଣ୍ଟାଏ ମୂଷଳଧାରାର ବର୍ଷାରେ ବିଗିଡି ଯାଇଥିଲା ସହରର ସ୍ଥିତି। ସହରତଳି ବସ୍ତିର ଅଧିକାଂଶ ଘରେ ବର୍ଷା ପାଣି ଲହଡ଼ି ମାରିଥିଲା। ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିଲେ ଲେବରଟେର୍ଣ୍ଣାମେଣ୍ଟର ରାମନଗର, କେଶରୀନଗର ଓ ନେତାଜୀନଗର ବାସିନ୍ଦା। ଠିକାସଂସ୍ଥା ଓ ବିଭାଗର ଏଭଳି ତ୍ରୁଟିପୂର୍ଣ୍ଣ କାମ ପ୍ରତିବାଦରେ ରାସ୍ତାରୋକୋ କରିଥିଲେ।

rkl rain

ରାଉରକେଲା: ମାତ୍ର ଘଣ୍ଟାଏ ମୂଷଳଧାରାର ବର୍ଷାରେ ବିଗିଡି ଯାଇଥିଲା ସହରର ସ୍ଥିତି। ସହରତଳି ବସ୍ତିର ଅଧିକାଂଶ ଘରେ ବର୍ଷା ପାଣି ଲହଡ଼ି ମାରିଥିଲା। ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିଲେ ଲେବରଟେର୍ଣ୍ଣାମେଣ୍ଟର ରାମନଗର, କେଶରୀନଗର ଓ ନେତାଜୀନଗର ବାସିନ୍ଦା। ରାମନଗରରେ ପ୍ରାୟ ସମସ୍ତ ଘରେ ବର୍ଷା ପାଣି ପ୍ରାୟ ଘଣ୍ଟାରୁ ଅଧିକ ସମୟ ଜମି ରହିଥିଲା। କିଛି ଘରର ଆସବାବପତ୍ର ବର୍ଷାପାଣିରେ ଭିଜି ନଷ୍ଟ ହୋଇଯାଇଥିଲା। ଜେଲ୍‌ରୋଡ ମୁଖ୍ୟ ରାସ୍ତାର ଲେବରଟେର୍ଣ୍ଣାମେଣ୍ଟ ନିକଟରେ ଆଣ୍ଠୁଏ ଲେଖାଏଁ ବର୍ଷାପାଣ ଜମି ରହିଥିଲା। ‌ରାସ୍ତା ପାଣି ନାଳ ଭିତରକୁ ପଶିବାକୁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଏଭଳି ସମସ୍ୟା ଉପୁଜିଥିଲା। ଠିକାସଂସ୍ଥା ଓ ବିଭାଗର ଏଭଳି ତ୍ରୁଟିପୂର୍ଣ୍ଣ କାମ ପ୍ରତିବାଦରେ ରାସ୍ତାରୋକୋ କରିଥିଲେ। ରଘୁନାଥପାଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ଲେବରଟେର୍ଣ୍ଣାମେଣ୍ଟ ଅଞ୍ଚଳରେ ପୂର୍ବରୁ ଏମିତି ୪ ଥର ପାଣି ଜମି ରହିଥିଲା।

 ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ହରିୟାଣା ଭବନ, ଡେଲିମାର୍କେଟ, ଟ୍ୟାକ୍ସି ଷ୍ଟାଣ୍ଡ, ଆନନ୍ଦ ଭବନ ଲେନ୍‌ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ବସ୍ତିବାସିନ୍ଦା ପ୍ରଭାବିତ ହୋଇଥିଲେ। କିଛି ସ୍ଥାନରେ ନାଳ ଠିକ୍‌ ଭା‌ବେ ସଫେଇ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe