ହାଇଦ୍ରାବାଦରେ ପ୍ରବଳ ବର୍ଷା: ୩ ମୃତ

ହାଇଦ୍ରାବାଦରେ ପ୍ରବଳ ବର୍ଷା: ୩ ମୃତ

Decan chronicle

ହାଇଦ୍ରାବାଦ: ହାଇଦ୍ରାବାଦ୍‌ରେ ପ୍ରବଳ ବର୍ଷା ହେତୁ ୩ ଜଣଙ୍କର ଜୀବନ ଯାଇ ସାରିଲାଣି। ଏହି ୩ ମୃତକଙ୍କ ମଧ୍ୟରେ ଥିଲେ ଜଣେ ୪ ମାସିକ ପୁଅ ଏବଂ ତା’ର ବାପା। ସୋମବାର ସଂଧ୍ୟାରେ ହାଇଦ୍ରାବାଦ୍‌ଠାରେ ପ୍ରବଳ ବର୍ଷା କାରଣରୁ ଏହି ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଏହି ଦୁର୍ଘଟଣା ପରେ ହାଇଦ୍ରାବାଦ୍‌ର ସ୍କୁଲ୍‌ ଓ କଲେଜଗୁଡ଼ିକୁ ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଅପେକ୍ଷା ଆଜିର ପରିସ୍ଥିିତି ଅଧିକ ଶୋଚନୀୟ ହୋଇପାରେ ବୋଲି ସନ୍ଦେହ କରାଯାଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରି ଦିଆଯାଇଛି।

ମୃତ୍ୟୁ ଘଟିଥିବା ତିନିହେଁଙ୍କ ମଧ୍ୟରେ ଉକ୍ତ ବାପ-ପୁଅଙ୍କର କାନ୍ଥ ଭୁଶୁଡ଼ିବା ଦ୍ୱାରା ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବିଦ୍ୟୁତ୍‌ଘାତରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି।

ଏ ସଂପର୍କରେ ସେଖପେଟ ମଣ୍ଡଲ ରେଭନ୍ୟୁ ଅଫିସର୍‌ ଏସ୍‌ ରାମୁଲୁ ଦେଇଥିବା ତଥ୍ୟ ଅନୁସାରେ, ଗତକାଲି ୫.୩୦ ସମୟରେ ହାଇଦ୍ରାବାଦରେ ପ୍ରବଳ ମାତ୍ରାରେ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା। ନାଇଡୁ ନଗରଠାରେ ଥିବା ଏକ ଘର କାନ୍ଥ ହଠାତ ଖସି ପଡ଼ିଥିଲା। ସେହି କାନ୍ଥ ତଳେ ନିଜର ବାପାଙ୍କ ସହ ରହିଯାଇଥିଲା ବିଚରା ୪ ମାସର ଶିଶୁ ପୁତ୍ର। ଘଟଣାସ୍ଥଳରେ ହିଁ ବାପ-ପୁଅଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଏହି ଘଟଣାରେ ମୃତକଙ୍କ ପତ୍ନୀ ଏବଂ ତାଙ୍କର ୨ ଝିଅ ବଞ୍ଚି ଯାଇଛନ୍ତିି। ଖବର ପାଇଁ ଉଦ୍ଧାରକାରୀ ଦଳ ଆସି ସେଠାରେ ପହଞ୍ଚିଥିଲେ।

ସେହିପରି ଅନ୍ୟ ଏକ ସ୍ଥାନରେ ଜଣେ ୩୫ ବର୍ଷିଅ ଯୁବକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଯୁବକ ଜଣକ ବର୍ଷା ହେଉଥିବା ସମୟରେ ହୁସାଇନିଆଲମ୍‌ ଅଞ୍ଚଳର ଏକ ହୋଟେଲ୍‌କୁ ଚା’ ପିଇବା ପାଇଁ ଯାଇଥିଲେ। ସେ ଯାଉଥିବା ସମୟରେ ସେହି ବାଟରେ ଥୁଆ ହୋଇଥିବା ଏକ ଭ୍ୟାନ୍‌ରେ ହାତ ପକାଇ ଦେଇଥିଲେ। ଭ୍ୟାନ୍‌ଟି ଏକ ବିଦ୍ୟୁତ୍‌ ଖୁଣ୍ଟିକୁ ଲାଗିକରି ରହିଥିବାରୁ ଉକ୍ତ ଯୁବକ ଜଣଙ୍କୁ କରେଣ୍ଟ୍‌ ଲାଗିଥିଲା ଏବଂ ଯୁବକ ଜଣକ ସେଠାରେ ଠଳି ପଡ଼ିଥିଲେ। ସର୍ଟ ସର୍କିଟ କାରଣରୁ ଯୁବକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ବର୍ଷା ହେତୁ ରାସ୍ତା ଦିଶୁନଥିଲା। ସେଠାରେ କାଳେ କୌଣସି ଗଭୀର ମ୍ୟାନ୍‌ହୋଲ ରହି ଯାଇଥିବା ଚିନ୍ତା କରି ବ୍ୟକ୍ତି ଜଣକ ଭ୍ୟାନ୍‌କୁ ଧରି ତା’ର ସାହାରା ନେଇ ରାସ୍ତା ପାର୍‌ ହେବାକୁ ଚେଷ୍ଟା କରୁଥିବା ସମୟରେ ଏପରି ଅଘଟଣ ଘଟିଥିଲା।

ପାଣିପାଗ ବିଭାଗରୁ ମିଳିଥିବା ସୂଚନାକୁ କେନ୍ଦ୍ର କରି ଜିଏଚ୍‌ଏମ୍‌ସି କମିସନର ବି ଜନାର୍ଦ୍ଦନ ରେଡ୍ଡି ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅପରାହ୍ନ ୪.୩୦ରୁ ରାତି ୮.୩୦ ମଧ୍ୟରେ ସହରରେ ୬୭.୭ ମିଲି ମିଟର୍‌ର ବର୍ଷା ଅନୁଭୁତ ହୋଇଥିଲା। ମୁଖ୍ୟତଃ ମୌସୁମୀ କାରଣରୁ ଏହି ବର୍ଷା ହୋଇଥିବା ସୂଚନା ରହିଛି।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଜିଏଚ୍‌ଏମ୍‌ସି କମିସନର ଏବଂ ସହରର ପୁଲିସ୍‌ କମିସନରଙ୍କୁ ରାତିରେ ସକ୍ରିୟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ କ୍ଷତିଗ୍ରସ୍ତମାନଙ୍କୁ ରିଲିଫ୍‌ ପ୍ରଦାନ ପାଇଁ ସେ ଅଧିକାରୀଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେ ପାଇବା ପରେ ବର୍ଷା ହେଲେ ପୁଲିସ୍‌ ଟିମ୍‌ ସହରରେ ସକ୍ରିୟ ରହିବେ ବୋଲି ହାଇଦ୍ରାବାଦ୍‌ ପୁଲିସ୍‌ କମିସନର ଏମ୍‌ ମହେନ୍ଦ୍ର ରେଡ୍ଡି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe