ଏହି ଦୁଇ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ରେଡ ଆଲର୍ଟ ଜାରି

Advertisment

ରାଜ୍ୟରେ ପାଣିପାଗ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି | ସେ କହିଛନ୍ତି ଯେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଆଜି ସକାଳ ୫ଟା ୩୦ ସମୟରେ ସୃଷ୍ଟି ହୋଇଛି ଅବପାତ।

ରାଜ୍ୟରେ ପାଣିପାଗ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି | ସେ କହିଛନ୍ତି ଯେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଆଜି ସକାଳ ୫ଟା ୩୦ ସମୟରେ ସୃଷ୍ଟି ହୋଇଛି ଅବପାତ।

Rain

ଭୁବନେଶ୍ୱର: ରାଜ୍ୟରେ ପାଣିପାଗ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି | ସେ କହିଛନ୍ତି ଯେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଆଜି ସକାଳ ୫ଟା ୩୦ ସମୟରେ ସୃଷ୍ଟି ହୋଇଛି ଅବପାତ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ରେଡ ଆଲର୍ଟ ଜାରି ହୋଇଛି । ଅତ୍ୟନ୍ତ ପ୍ରବଳ ବର୍ଷା ନେଇ କେନ୍ଦୁଝର,ମୟୁରଭଞ୍ଜ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି।

ଖାଲି ବର୍ଷା ନୁହେଁ ବର୍ଷା ସହ ବିଜୁଳି ଘଡଘଡି ସହ ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବ । ଯେଉଁଥିପାଇଁ ସର୍ତକ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ। ସେହିପରି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼,ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା,ବାଲେଶ୍ଵର,ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ବାକି ୧୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି |

 ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ବେଳେ ୨୭ ତାରିଖ ପରେ କମିବ ବର୍ଷାର ପରିମାଣ।ଏପଟେ ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି | ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା କୋରାପୁଟ କୋଟପାଡରେ ୧୨୯.୦ ମିଲିମିଟର ବର୍ଷା ହୋଇଥିବାବେଳେ ୨୦ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe