୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନୋଟିସ ଜାରି

Advertisment
୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନୋଟିସ ଜାରି

photo by : nenow.i

ଭୁବନେଶ୍ୱର: ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଦେଖାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଶୁକ୍ରବାର ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ବେଳେ ଜୁଲାଇ ୨୧ରୁ ୨୨ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏ ନେଇ ପରିସ୍ଥିତି ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନୋଟିସ୍‌ ଜାରି କରିଛନ୍ତି।

ବ୍ଲିଚିଂଗ ପାଉଡର, ସାଲାଇନ, ଆଣ୍ଟିବାୟୋଟିକ, ହାଲୋଜିନ୍‌ ଟାବଲେଟ୍‌ ଓ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ ପରିମାଣରେ ରଖିବା ପାଇଁ ମାହାର୍ଦ୍ଦା ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।

ଗ୍ରାମାଞ୍ଚଳର ଗର୍ଭବତୀ ମହିଳାଙ୍କ ପାଇଁ ନିକଟସ୍ଥ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ସେ ଚିଠିରେ ଉଲ୍ଲେଖ କରିଥିବା ବେଳେ ଶନିବାର ଠାରୁ ଆରମ୍ଭ ହେବାକୁ ଥିବା କଣ୍ଟ୍ରୋଲ ରୁମରେ ନୋଡାଲ ଅଫିସରମାନେ ସ୍ୱାସ୍ଥ୍ୟ ସେବା କେମିତି ଚାଲିଛି ତାହା ମନିଟରିଂ କରିବାକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe