ଆପଣ ଯେଉଁଠାରେ ରହୁଛନ୍ତି ସେଠାରୁ ଭୋଟ ଦେବାକୁ ଚାହାନ୍ତି କି? ଭୋଟ ପରିଚୟ ପତ୍ର ଭିନ୍ନ ସ୍ଥାନର ହୋଇଥିବାରୁ ଦୁଃଖୀତ? ଚୁଟ୍‌କିରେ କରନ୍ତୁ ସମାଧାନ

Advertisment
ଆପଣ ଯେଉଁଠାରେ ରହୁଛନ୍ତି ସେଠାରୁ ଭୋଟ ଦେବାକୁ ଚାହାନ୍ତି କି? ଭୋଟ ପରିଚୟ ପତ୍ର ଭିନ୍ନ ସ୍ଥାନର ହୋଇଥିବାରୁ ଦୁଃଖୀତ? ଚୁଟ୍‌କିରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ: ଦେଶରେ ଅନେକ ମତଦାତା ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସମସ୍ୟା ହେତୁ ମତଦାନ କରିବାରୁ ବଞ୍ଚିତ ହେଉଛନ୍ତି। ଏଥିମଧ୍ୟରୁ ଗମନାଗମନ ଅନ୍ୟତମ ସମସ୍ୟା। ଅନେକ ମତଦାତାଙ୍କ ଭୋଟର ଆଇକାର୍ଡ ଯେଉଁ ନିର୍ବାଚନ ମଣ୍ଡଳୀର ସେମାନେ ସେଠାରେ ରହନ୍ତି ନାହିଁ। ଦୂରରେ ରହୁଥିବା ହେତୁ ଅନେକ ମତଦାତା ଭୋଟ ଦେବାକୁ ବଞ୍ଚିତ ହୁଅନ୍ତୁ। ତେବେ, ଆଉ ସେ ସମସ୍ୟା ରହିବ ନାହିଁ। ଆପଣ ନିମ୍ନରେ ଦିଆଯାଇଥିବା ପ୍ରକ୍ରିୟା ଦ୍ୱାରା ନିଜ ଭୋଟର ଆଇକାର୍ଡର ଠିକଣା ବଦଳାଇ ଦେଇପାରିବେ।

: ପ୍ରଥମେ www.nvsp.in ମାରି ମତଦାତାଙ୍କ ସେବା ସକାଶେ ଉଦ୍ଦିଷ୍ଟ ପୋର୍ଟାଲକୁ ଯାଆନ୍ତୁ।

: ସେଠାକୁ ଯାଇ ଫର୍ମ ୬କୁ ଚୟନ କରନ୍ତୁ। ସେଠରେ ଆପଣଙ୍କୁ ୨ଟି ବିକଳ୍ପ ଦିଶିବ। ସେଥିମଧ୍ୟରୁ ଆପଣ ନିଜ ମୁତାବକ ବିକଳ୍ପଟିକୁ ଚୟନ କରିବେ।

publive-image

: ବାଧ୍ୟତାମୂଳକ ତଥ୍ୟ ଯଥା: ନାମ, ଠିକଣା, ଫୋନ ନମ୍ବର, ଜନ୍ମ ତାରିଖ ଆଦି ଭରି ଦେବେ।

: ସେଠାରେ ଆପଣଙ୍କୁ ଏକ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଏବଂ ଠିକଣା ପ୍ରମାଣପତ୍ର ବି ଦେବାକୁ ହେବ।

: ଯଦି ଆପଣ ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀକୁ ବଦଳାଇବାକୁ ଚାହାନ୍ତି ତେବେ ଆପଣଙ୍କୁ ତାହା ଘୋଷଣା କରିବାକୁ ହେବ। ମନେ ରଖନ୍ତୁ, ଆପଣ ଏକକାଳୀନ ୨ଟି ନିର୍ବାଚନ ମଣ୍ଡଳୀରୁ ଭୋଟର ଆଇକାର୍ଡ ଧାରଣ କଲେ ଆଇନ୍‌ ଦ୍ୱାରା ଦଣ୍ଡିତ ହେବେ।

: ଆପଣ ଏ ସବୁ ସୋପାନ ପାର୍‌ କରିବା ପରେ ଆପଣଙ୍କୁ ଏକ ରେଫରେନ୍ସ ନମ୍ବର ପ୍ରଦାନ କରାଯିବ। ଫଳରେ ଆପଣଙ୍କ ଅନୁରୋଧ କ୍ରମେ ଆପଣଙ୍କ ନିର୍ବାଚନ ମଣ୍ଡଳୀ ବଦଳି ଯାଇଛି କି ନାହିଁ ତାହା ଆପଣ ସେହି ନମ୍ବର ଜରିଆରେ ତଦାରଖ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe