ମୋଦି ସମର୍ଥକଙ୍କ ନିଆରା ଅଭିଯାନ: ‘ନମୋ ଏଗେନ୍‌’ ଟି-ସାର୍ଟ, ଗାଡ଼ିରେ ‘ଆଇ ସପୋର୍ଟ ପିଏମ୍‌ ମୋଦି’ ଲେଖି ଦେଶ ବୁଲୁଛନ୍ତି ଯୁବକ

Advertisment
ମୋଦି ସମର୍ଥକଙ୍କ ନିଆରା ଅଭିଯାନ: ‘ନମୋ ଏଗେନ୍‌’ ଟି-ସାର୍ଟ, ଗାଡ଼ିରେ ‘ଆଇ ସପୋର୍ଟ ପିଏମ୍‌ ମୋଦି’ ଲେଖି ଦେଶ ବୁଲୁଛନ୍ତି ଯୁବକ

news18.com

ଲକ୍ଷ୍ନୌ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳୀୟ ପ୍ରଚାର ଆରମ୍ଭ ହୋଇଯାଇଛି। କେବଳ ଦଳୀୟ ନେତା ନୁହଁନ୍ତି, ସାଧାରଣ ଜନତା ବି ଏହି ପ୍ରଚାରରେ ସାମିଲ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଜଣେ ଯୁବକଙ୍କ ନିଆରା ପ୍ରଚାର ଶୈଳୀ ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି।

ଯୁବକ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଅଭିଷେକ କୁମାର ଶର୍ମା। ଅଭିଷେକ ମୋଦିଙ୍କ ସମର୍ଥନରେ ଏବେ ଦେଶ ଭ୍ରମଣରେ ବାହାରିଛନ୍ତି। ସେ ଗତ ସାତ ଦିନ ତଳୁ ୟୁପିରୁ ‘ଆଇ ସପୋର୍ଟ ପିଏମ୍‌ ମୋଦି’ ଅଭିଯାନ ଆରମ୍ଭ କରିଛନ୍ତି। ଅଭିଷେକ ‘ନାମୋ ଏଗେନ୍‌’ ଟି-ସାର୍ଟ ପିନ୍ଧିବା ସହ ନିଜ ଗାଡ଼ି ଆଗରେ ତାଙ୍କର ଓ ମୋଦିଙ୍କର ଏକ ଫଟୋ ଲଗାଇ ‘ଆଇ ସପୋର୍ଟ ପିଏମ୍‌ ମୋଦି’ ବୋଲି ଲେଖିଛନ୍ତି।

publive-image India TV

ସେ ନିଷ୍ପତ୍ତି ନେଇଛନ୍ତି ଯେ ୪୦ରୁ ୪୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରଖିବେ। ଶେଷରେ ରାଜଧାନୀ ଦିଲ୍ଲୀରେ ତାଙ୍କ ଅଭିଯାନ ସମାପ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଉ ଥରେ ଶାସନ ଗାଦିରେ ଦେଖିବାକୁ ଚାହାଁନ୍ତି। ଦେଶର ଯୁବପିଢ଼ିଙ୍କୁ ସଚେତନ କରାଇବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଗଣମାଧ୍ୟମରେ କହିଛନ୍ତି।

ଅଭିଷେକ ୟୁପିରୁ ନିଜ ଯାତ୍ରା ଆରମ୍ଭ କରି ଡେରାଡୁନ୍‌ ହୋଇ ସିମ୍‌ଲା ପହଞ୍ଚିଛନ୍ତି। ତାଙ୍କୁ ଏହି ଅଭିଯାନ ହେତୁ ବହୁ ଲୋକ ସମର୍ଥନ ମିଳିଛି ବୋଲି ସେ କହିଛନ୍ତି। ଅଭିଷେକ ଆଗକୁ ଜମ୍ମୁ-କଶ୍ମୀର, ପଞ୍ଜାବ, ହରିଆଣା, ରାଜସ୍ଥାନ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ ହୋଇ ଆନ୍ଧ୍ର, ତେଲେଙ୍ଗାନା ସମେତ କେତେକ ରାଜ୍ୟ ଦେଇ ଶେଷରେ ଦିଲ୍ଲୀରେ ଯାତ୍ରା ଶେଷ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe